ଠକେଇ ଅଭିଯୋଗରେ ଡିଜିଏମ୍ ବିମ୍ବାଧର ସ୍ୱାଇଁ ଗିରଫ

ଭୁବନେଶ୍ୱର: ବ୍ୟାଙ୍କ ଜାଲିଆତି ମାମଲାରେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଡିଜିଏମ୍ ବିମ୍ବାଧର ସ୍ୱାଇଁଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଆଜି ଗିରଫ କରିଛି । ୨୦୧୦ରେ ରସୁଲଗଡ଼ ଆଇଓବି ଶାଖାର ବ୍ରାଞ୍ଚ ମ୍ୟାନେଜର ଥିଲେ ବିମ୍ବାଧର। ସେତେବେଳେ ଜାଲ ଡକ୍ୟୁମେଣ୍ଟ ଦେଇ ୧କୋଟି ୮୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ହୋଇଥିଲା। ପୂର୍ବରୁ ଏହି ଠକେଇ ଘଟଣାରେ ଆଶୁତୋଷ ମିଶ୍ର ନାମକ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ସେ ଜାଲ ଡକ୍ୟୁମେଣ୍ଟରେ ଲୋନ୍ ଦେଇଥିଲେ।