ଧାମରା ବନ୍ଦରରେ ଶ୍ରୀଲଙ୍କା ନୌସେନା କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ

srilankaଭଦ୍ରକ: ଭଦ୍ରକ ଜିଲ୍ଲା ଧାମରା ବନ୍ଦରରେ ଜଣେ ନୌସେନା କର୍ମଚାରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ତାଙ୍କ ନାଁ ପ୍ରିୟନ୍ଥା ଡି ସିଲ୍‌ଭା। ସେ ଶ୍ରୀଲଙ୍କାର ନାଗରିକ। ଧାମରା ମେରାଇନ୍ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଲୁହାପଥର ନେବାକୁ ଧାମରା ବନ୍ଦରକୁ ଆସିଥିବା ଏକ ଜାହାଜରେ ନୌସେନା କର୍ମଚାରୀ ଡି’ ସିଲଭା ଆସିଥିଲେ। ହେଲେ ଜାହାଜ ବର୍ଥରେ ଲାଗିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଧାମରା ମେରାଇନ୍ ପୋଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନା ପଠାଇଛନ୍ତି।