ଧାମନଗର ଉପନିର୍ବାଚନ; ଆଜି ଭର୍ଚୁଆଲ ମୋଡରେ ପ୍ରଚାର କରିବେ ନବୀନ

ଭଦ୍ରକ(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ଆଜି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଏଥିଲାଗି ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଧୁଷୁରୀ, ଅସୁରାଳି, ଦୋବଲ, ଧାମନମଗର ଓ ତିହିଡ଼ିର ୧୩ଟି ସ୍ଥାନରେ ଏଲ୍ଇଡି ଲଗାଯାଇଛି। ଏଥିରେ ଯୋଗଦେବା ଲାଗି ଦଳ ପକ୍ଷରୁ ମହିଳାମାନଙ୍କୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ମହିଳାମାନଙ୍କର ଉପସ୍ଥିତି ଯେପରି ଅଧିକ ରହିବ, ସେଥିଲାଗି ଧାମନଗରରେ ଥିବା ସମସ୍ତ ଏସ୍ଏଚଜି ଗ୍ରୁପକୁ କୁହାଯାଇଛି।

ଧାମନଗର ଉପନିର୍ବାଚନ ଭୋଟକୁ ମଝିରେ ୨ ଦିନ ଥିବା ବେଳେ ଧାମନଗରରେ ଜମୁଛି ପ୍ରଚାର।  ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ଦାସ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି।  ସବୁ ଦଳର ଆଗ ଧାଡ଼ିର ନେତା ଧାମନଗରରେ ଡେରା ପକାଇ ସହ ଡୋର ଟୁ ଡୋର କ୍ୟାମ୍ପେନିଂ କରୁଛନ୍ତି।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ କୀ ବାତ’ କାର୍ଯ୍ୟକ୍ରମ ଜରିଆରେ ପ୍ରଚାର କରିଛି ବିଜେପି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ ରାଜ୍ୟ  ସଭାପତି ସମୀର ମହାନ୍ତି ଲୋକଙ୍କ ଗହଣରେ ରହି ମନ କୀ ବାତ୍ ଶୁଣାଇଛନ୍ତି।  ବିଜେଡିର ହେଭିୱେଟ୍ ନେତାମାନେ ମଧ୍ୟ ରୋଡ୍ ଶୋ’ଓ ଡୋର ଟୁ ଡୋର କ୍ୟାମ୍ପେନିଂ କରି ଦଳୀୟ ପ୍ରାର୍ଥୀ ଅବନ୍ତୀଙ୍କ ଲାଗି ଭୋଟ ମାଗିଛନ୍ତି।  କଂଗ୍ରେସର ପ୍ରଚାର ମଇଦାନରେ ଦଳୀୟ ଉପସଭାପତି ଚିରଞ୍ଜିବୀ ବିଶ୍ୱାଳ ଓ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କୁ ଦେଖିବାକୁ ମିଳିଥିଲା

 

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।