ଟାର୍ଗେଟର ୫୦.୦୩ ପ୍ରତିଶତ ଧାନ ଉତ୍ତରାଞ୍ଚଳ ରାଜସ୍ୱ ଅଞ୍ଚଳରୁ ସଂଗ୍ରହ କରାଯିବ: ଯୋଗାଣ ମନ୍ତ୍ରୀ  

ସମ୍ବଲପୁର: ଚଳିତ ବର୍ଷ ରାଜ୍ୟରେ ୪୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେଥି ମଧ୍ୟରୁ ୫୦.୦୩% କେବଳ ଉତ୍ତରାଞ୍ଚଳ ରାଜସ୍ୱ ଅଞ୍ଚଳରୁ ସଂଗ୍ରହ କରାଯିବ। ବୁଧବାର ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଂଜୟ ଦାସବର୍ମା। ସମ୍ବଲପୁର ଉତ୍ତାଞ୍ଚଳ ଆରଡିସି କାର୍ଯ୍ୟାଳୟରେ ଧାନ ସଂଗ୍ରହ ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ଯୋଗ ଦେବା ଅବସରରେ ସେ ଏହି କଥା କହିଥିଲା।

ମନ୍ତ୍ରୀ ଦାସବର୍ମା ଆହୁରି ମଧ୍ୟ କହିଥିଲେ ଯେ ଏଥର ଧାନ କିଣିବା ପାଇଁ ସରକାର ପ୍ରାୟ ୬,୫୦୦ କୋଟି ଟଙ୍କା ବ୍ୟୟ କରିବେ।

ଆଜିର ପ୍ରସ୍ତୁତି ବୈଠକରେ ୧୨ଟି ଜିଲ୍ଲାପାଳମାନେ ଯୋଗ ଦେଇଥିଲା। ଏଥିରେ ମୁଖ୍ୟତଃ ଧାନ ସଂଗ୍ରହକୁ ବ୍ୟବସ୍ଥିତ କରିବା ଓ ଚାଷୀମାନଙ୍କୁ ସଠିକ୍ ସମୟରେ ପାଉଣା ପ୍ରଦାନ ନେଇ ଆଲୋଚନା ହୋଇଥିଲା।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ଯୋଗାଣ ସଚିବ ମଧୁସୂଦନ ପାଢ଼ୀ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।

ନଭେମ୍ବର ୬ରେ ଧାନ ସଂଗ୍ରହ ନେଇ ବ୍ରହ୍ମପୁରରେ ଦକ୍ଷିଣାଞ୍ଚଳ ଓ ନଭେମ୍ବର ୭ରେ କଟକରେ କେନ୍ଦ୍ରାଞ୍ଚଳ ଜିଲ୍ଲାପାଳଙ୍କୁ ନେଇ ମଧ୍ୟ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଅନୁରୂପ ବୈଠକ କରିବେ। ସୁରୁଖୁରରେ ଧାନ ସଂଗ୍ରହ ଓ ଚାଷୀଙ୍କ ଆକାଉଣ୍ଟରେ ଠିକଣା ସମୟରେ ଟଙ୍କା ଜମା କରିବା ନେଇ ଏଥିରେ ଆଲୋଚନା କରିବେ। ଏନେଇ ସେ ଅକ୍ଟୋବର ୩୦ ତାରିଖରେ ସୂଚନା ଦେଇଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୩୧ ତାରିଖରେ ଯୋଗାଣ ମନ୍ତ୍ରୀ ଭୁବନେଶ୍ୱରରେ ସବୁ ଜିଲ୍ଲାର କୃଷକ ପ୍ରତିନିଧି ଓ ମିଲର୍ସମାନଙ୍କ ବୈଠକ ଡକାଇଥିଲା। ଏଥିରେ ଧାନ ସଂଗ୍ରହ ନେଇ କୃଷକ ପ୍ରତିନିଧି ଓ ମିଲମାଲିକମାନେ ସରକାରଙ୍କୁ ବିଭିନ୍ନ ପରାମର୍ଶ ଓ ପ୍ରସ୍ତାବ ଦେଇଥିଲେ।

ନଭେମ୍ବର ୧୫ରୁ ରାଜ୍ୟରେ ଯୋଗାଣ ବିଭାଗ ଧାନ ସଂଗ୍ରହ ଆରମ୍ଭ କରିବ।