ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ: ରେଜଲ୍ଟ ପ୍ରକାଶ ପାଇବା ପୂର୍ବରୁ ଲିକ୍

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରେଜଲ୍ଟ ପ୍ରକାଶ ପାଇବା ଆଗରୁ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ଏମ୍.କମ୍‌ ଶେଷବର୍ଷର କିଛି ଛାତ୍ର ଏବଂ ପୁରାତନ ଛାତ୍ର। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ଏଯାଏଁ ପ୍ରକାଶ ପାଇ ନ ଥିବା ବେଳେ କିଛି ପିଲାଙ୍କ ପାଖରେ ରେଜଲ୍ଟ ପହଞ୍ଚିଯାଇଛି। ଏହା କେମିତି ହେଲା ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଏହା ସହ ପରୀକ୍ଷାଫଳ ଲିକ୍ ହୋଇଥିବା ଛାତ୍ରଛାତ୍ରୀମାନେ […]

dhanknal

dhanknal

Rakesh Mallick
  • Published: Friday, 24 June 2016
  • Updated: 24 June 2016, 07:23 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ରେଜଲ୍ଟ ପ୍ରକାଶ ପାଇବା ଆଗରୁ ଲିକ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ମହାବିଦ୍ୟାଳୟର ଏମ୍.କମ୍‌ ଶେଷବର୍ଷର କିଛି ଛାତ୍ର ଏବଂ ପୁରାତନ ଛାତ୍ର। ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ, ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ଏଯାଏଁ ପ୍ରକାଶ ପାଇ ନ ଥିବା ବେଳେ କିଛି ପିଲାଙ୍କ ପାଖରେ ରେଜଲ୍ଟ ପହଞ୍ଚିଯାଇଛି। ଏହା କେମିତି ହେଲା ବୋଲି ଛାତ୍ରଛାତ୍ରୀମାନେ ପ୍ରଶ୍ନ କରିଛନ୍ତି। ଏହା ସହ ପରୀକ୍ଷାଫଳ ଲିକ୍ ହୋଇଥିବା ଛାତ୍ରଛାତ୍ରୀମାନେ କହିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ମହାବିଦ୍ୟାଳୟର ପ୍ରିନ୍ସିପାଲ ଖଣ୍ଡନ କରିଛନ୍ତି। ଘଟଣାର ତଦନ୍ତ ହେବ ବୋଲି ପ୍ରିନ୍ସିପାଲ କହିଛନ୍ତି।

ଜଣେ ଛାତ୍ର କହିଛନ୍ତି, “ଆମ କଲେଜରେ ଏଭଳି ଘଟଣା ପୂର୍ବରୁ ହୋଇ ଆସୁଛି। ଏମ୍.କମ୍‌ ରେଜଲ୍ଟ ଅଫିସିଆଲି  ପ୍ରକାଶ ପାଇବା ପୂର୍ବରୁ ଲିକ୍ ହୋଇଛି।  ଏଥିପାଇଁ ଯଦି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଆନ୍ତା ତାହା ହେଲେ  ଢେଙ୍କାନାଳ କଲେଜର ପିଲାମାନେ ଉପକୃତ ହୁଅନ୍ତେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos