ଢେଙ୍କାନାଳ: ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକର କାବେରୀ ଗାଁରେ ଆଜି ସକାଳେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ନାଁ ହୃଷିକେଶ ପ୍ରଧାନ। ହୃଷିକେଶ  ନିଜ ଘର ପଛପଟେ କାମ କରୁଥିବା ବେଳେ ହାତୀ ହାବୁଡରେ ପଡ଼ିଯାଥିଲେ।  ହାତୀ ଆକ୍ରମଣରେ  ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଷ୍ଟମର୍ଟମ ପାଇଁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ  ପଠାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।