ବରଗଡ଼ ଧନୁଯାତ୍ରା ଆରମ୍ଭ: ବାଜିଲା ମହାରାଜା କଂସଙ୍କ ରାଜୁତିର ବିଗୁଲ

dhanu-jatraବରଗଡ଼: ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଗୁରୁବାର ରାତିରେ ଆରମ୍ଭ ହୋଇଛି। ଏହାସହ ୧୧ ଦିନ ଧରି ମହାରାଜା କଂସଙ୍କ ରାଜୁତିର ବିଗୁଲ ବାଜିଛି। ବିଶ୍ୱର ସର୍ବବୃହତ ରଙ୍ଗମଞ୍ଚରେ ୬୭ତମ ଧନୁଯାତ୍ରାର ଉଦଘାଟନୀ ବେଶ ଧୂମଧାମରେ ଆରମ୍ଭ ହୋଇଛି। ବରଗଡ଼ ସାଂସଦ ପ୍ରଭାସ ସିଂ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟ ଏହାକୁ ଉଦଘାଟନ କରିଥିଲେ।dhanu-jatra2

ଯାତ୍ରାର ପ୍ରଥମ ଦିନରେ ଦେବକୀ-ବସୁଦେବ ବିବାହ, ଉଗ୍ରସେନଙ୍କ ଗାଦିଚ୍ୟୁତ ଓ କଂସଙ୍କ ରାଜ୍ୟାଭିଷେକ ଦୃଶ୍ୟ ମଞ୍ଚସ୍ଥ ହୋଇଛି। ଆଜି ଦ୍ୱିତୀୟ ଦିନରେ ମଥୁରା କାରାଗାରରେ ଜନ୍ମ ନେବେ ଭଗବାନ ଶ୍ରୀକୃଷ୍ଣ। କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ସୀମାନ୍ତରେ ଉଗ୍ରସେନଙ୍କ ସହ ଭେଟ ଓ ମହାରାଜ କଂସଙ୍କ ନଗରଭ୍ରମଣ ସହ ରଙ୍ଗମହଲ ଉଦଘାଟନ କାର୍ଯ୍ୟକ୍ରମ ରହିଛି।