ବରଗଡ଼ ଧନୁଯାତ୍ରାର ଆଜି ପଞ୍ଚମ ଦିବସ

ବରଗଡ଼: ବରଗଡ଼ ଧନୁଯାତ୍ରାର ଆଜି ପଞ୍ଚମ ଦିବସ। ପୁରା ବରଗଡ଼ ମୁକ୍ତାକାଶ ରଙ୍ଗମଞ୍ଚରେ ଦୁଲୁକୁଛି । କୃଷ୍ଣ ଏବଂ ବଳରାମଙ୍କୁ ପାଇ ଗୋପପୁର ବାସୀ ଆନନ୍ଦରେ ଅଧୀର ହୋଇପଡିଛନ୍ତି। ଗୋପପୁରରେ କୃଷ୍ଣଲୀଳା ସହ କୃଷ୍ଣ-ବଳରାମ ଗୋପପୁର ଭ୍ରମଣର ଦୃଶ୍ୟ ଅତି ମୋନହର ଥିଲା। ସାରା ଗ୍ରାମରେ ଭକ୍ତିମୟ ପରିବେଶରେ ସୃଷ୍ଟି ହୋଇଥିଲା। ବିଭିନ୍ନ ସ୍ଥାନରେ କୃଷ୍ଣଙ୍କ ଦୋଳିଝୁଲା, ରାସନୃତ୍ୟ, ନଗର ସଂକୀର୍ତ୍ତନ ହୋଇଛି।

ମହାରାଜ କଂସଙ୍କ ଦ୍ୱାରା ପ୍ରେରିତ ବକା, ପୁତନା, ଧେନୁ ଏବଂ ପଣ୍ଡାସୁର ରାକ୍ଷସ ରାକ୍ଷସୀ ଗୋପପୁରରେ ପହଞ୍ଚିଛନ୍ତି। କୃଷ୍ଣ-ବଳରାମଙ୍କ ମାରିବାକୁ ରାକ୍ଷସମାନେ ବିଭିନ୍ନ ରୂପ ଏବଂ କୌଶଳ ଅବଲମ୍ୱନ କରିଛନ୍ତି। ଏହି ରାକ୍ଷସମାନଙ୍କୁ ଶ୍ରୀକୃଷ୍ଣ ବଧ କରିଛନ୍ତି। ସେଥିପାଇଁ କଂସର ଚିନ୍ତା ଆହୁରି ବଢ଼ିଯାଇଛି। ସେ ଯୋଜନା ପରେ ଯୋଜନା କରୁଛି।

ଆଜି ପଞ୍ଚମ ଦିନରେ କୃଷ୍ଣ-ବଳରାମଙ୍କ ଗୋପ ବାଳକଙ୍କ ସହ ବଣ ଭୋଜି, ଦଧି ଚୋରି ଆକଟ କରିବାକୁ ଯାଇ ମାତା ଯଶୋଦାଙ୍କ ଦ୍ୱାରା କୃଷ୍ଣବନ୍ଧନ ଏବଂ କାଳୀୟା ନାଗ ଦଳନ ଉତ୍ୟାଦି କାର୍ଯ୍ୟକ୍ରମ ରହିଛି।