ବରଗଡ଼ ଧନୁଯାତ୍ରାର ଆଜି ୬ଷ୍ଠ ଦିବସ

ବରଗଡ଼: ବରଗଡ଼ ଧନୁଯାତ୍ରାର ଆଜି ୬ଷ୍ଠ ଦିବସ। ବରଗଡ଼ର ମୁକ୍ତାକାଶ ରଙ୍ଗମଞ୍ଚରେ ଜାରି ରହିଛି କଂସ ରାଜଙ୍କ ରାଜୁତି ସହ କୃଷ୍ଣ ଭଗବାନଙ୍କ ବାଲ୍ୟ ଲୀଳା। ସୋମବାର ପଞ୍ଚମ ଦିନରେ ଗୋପବାଳାଙ୍କ ସହ କୃଷ୍ଣ-ବଳରାମ ଯମୁନାନଦୀ କୂଳରେ ବଣଭୋଜି କରିଛନ୍ତି। ନଟନାଗର ନିଜ ହାତରେ ଗୋପିମାନଙ୍କୁ ବିଭିନ୍ନ ସୁସ୍ୱାଦୁ ଭୋଜନ ବାଣ୍ଟିଥିଲେ। ଦଧି ଚୋରି ଆକଟ କରିବାକୁ ଯାଇ ମାତା ଯଶୋଦାଙ୍କ ଦ୍ୱାରା କୃଷ୍ଣବନ୍ଧନ ଏବଂ କାଳିୟା ନାଗ ଦଳନ ଇତ୍ୟାଦି ଲିଳା ପରିବେଷଣ କରାଯାଇଥିଲା। ମହାରାଜ କଂସଙ୍କର ନଗର ଭ୍ରମଣ ଜାରି ରହିଛି। ସୈନ୍ୟ ସାମନ୍ତ ଗହଣରେ ରାଜରାସ୍ତାରେ ଗଲାବେଳେ ବାଟରେ ବିଶୃଙ୍ଖଳିତ ପ୍ରଜାମାନଙ୍କୁ ଦଣ୍ଡ ବି ଦେଉଛନ୍ତି। ରଙ୍ଗମହଲରେ ନୃତ୍ୟ ଗୀତର ଆସର ଜମୁଛି।

ଆଜି ୬ଷ୍ଠ ଦିନରେ କଂସ ମହାରାଜଙ୍କ ରାଜ ଦରବାରରେ ଅତିଥି ଅଭ୍ୟାଗତଙ୍କ ଭିଡ ଜମିବ। ରଙ୍ଗସଭା ପରେ କୃଷ୍ଣ-ବଳରାମଙ୍କ ହତ୍ୟା ପାଇଁ ଷଡଯନ୍ତ୍ର ରଚାଯିବ। ଗୋପପୁରରେ ଆଜି ଯମୁନାକୁ ସ୍ନାନ ପାଇଁ ଯାଇଥିବା ଗୋପାଙ୍ଗନାଙ୍କ ବସ୍ତ୍ରହରଣ କରିବେ ଶ୍ରୀକୃଷ୍ଣ।

ଆହୁରି ପଢ଼ନ୍ତୁ

‘ରାଜ୍ୟରେ ୨୪ ଘଣ୍ଟାରେ ହେଲା ୪୦ ହଜାରରୁ ଊର୍ଦ୍ଧ୍ୱ କରୋନା ଟେଷ୍ଟ’

ସ୍ୱାମୀ ଶୋଇପଡ଼ିବା ପରେ…

ସ୍ୱାଧୀନତା ଦିବସ ପାଇଁ ଆଉ ଏକ ଜିଲ୍ଲାରେ ଶଟ୍‌ଡାଉନ୍ କଟକଣା‌ କୋହଳ

ଡାହାଣୀ ସନ୍ଦେହରେ ମହିଳାଙ୍କୁ ଆକ୍ରମଣ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ