ବରଗଡ଼ ଧନୁଯାତ୍ରାର ଆଜି ଅଷ୍ଟମ ଦିନ

ବରଗଡ଼: ଅଷ୍ଟମ ଦିନରେ ପହଞ୍ଚିଛି ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା। ଆଜି ମଥୁରା ନଗରୀରେ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁର ଗୋପପୁର ଯାତ୍ରା କରିବା ସହ କଂସ ମହାରାଜ ନଗର ଭ୍ରମଣ କରିବେ।ବୁଧବାର ଧନୁଯାତ୍ରାର ସପ୍ତମ ଦିନରେ ରାଧାକୃଷ୍ଣ ନୌକା ବିହାର କରିଥିଲେ। ରାଧାକୃଷ୍ଣଙ୍କୁ ଏକ ସୁସଜ୍ଜିତ ଡଙ୍ଗାରେ ବସାଇ ନାବକେଳୀ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା।  ଗୋପପୁରରୁ ଗୋପାଙ୍ଗନାମାନେ ମଧ୍ୟ ଯମୁନା ଡେଇଁ ମଥୁରା ନଗରୀକୁ ଆସିଥିଲେ। ପ୍ରବଳ ପ୍ରତାପୀ କଂସ ମଥୁରା ନଗରୀ ଭ୍ରମଣ କରି ପ୍ରଜାଙ୍କୁ ସୁଖଦୁଃଖ ବୁଝିଛନ୍ତି। ଏହାପରେ କଂସ ରଙ୍ଗମହଲ ବିଜେ କରି ନାଚଗୀତକୁ ଉପଭୋଗ କରିଥିଲେ। ଏହାଭିତରେ କୃଷ୍ଣ ବଳରାମଙ୍କୁ ହତ୍ୟା ପାଇଁ ମଧ୍ୟ ଯୋଜନା କରି ବିଫଳ ହୋଇଛନ୍ତି କଂସ। ପରେ ଦେବର୍ଷି ନାରଦଙ୍କ ପରାମର୍ଶରେ ଧନୁଯାତ୍ରା ଆୟୋଜନ ପାଇଁ ରାଜି ହୋଇଛନ୍ତି। ସବୁଦିନ ପରେ ଗତକାଲି ମଧ୍ୟ ବରଗଡ଼ ଧନୁଯାତ୍ରରେ ବହୁ ମାନ୍ୟଗଣ୍ୟ ଅତିଥି ଯୋଗଦେଇ ଥିବା ବେଳେ ଏପଟେ ଲୋକଙ୍କ ଭିଡ଼ ମଧ୍ୟ ଜମିଥିଲା।