ମା’ର ଶବକୁ ଶ୍ମଶାନ ଯାଏଁ ଖଟରେ ବୋହି ନେଲେ ୪ ଝିଅ

ଭବାନୀପାଟଣା: ପୁଣି ମାନବିକତା ମରିଗଲା। ଶବକୁ କାନ୍ଧ ଦେଲେନି କି ସତ୍କାର ପାଇଁ ଆସିଲେନି ପଡ଼ୋଶୀ। ୭୫ ବର୍ଷୀୟା ବୃଦ୍ଧାଙ୍କ ଶବକୁ ଶ୍ମଶାନ ଯାଏ ଖଟରେ ବୋହି ନେଇ ଅନ୍ତିମସଂସ୍କାର କଲେ ତାଙ୍କର ୪ ଝିଅ। ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକ୍ରିଗଡ଼ାରେ। ଗତକାଲି ୭୫ ବର୍ଷୀୟା ବୃଦ୍ଧା କନକ ଶତପଥୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ସଂସ୍କାର ପାଇଁ କନକଙ୍କ ୪ ଜଣ ଯାକ ଝିଅ ପଡ଼ୋଶୀଙ୍କୁ ନେହୁରା ହୋଇଥିଲେ ମଧ୍ୟ […]

dharamgarh

dharamgarh

Rakesh Mallick
  • Published: Saturday, 24 September 2016
  • Updated: 24 September 2016, 10:32 PM IST

Sports

Latest News

dharamgarhଭବାନୀପାଟଣା: ପୁଣି ମାନବିକତା ମରିଗଲା। ଶବକୁ କାନ୍ଧ ଦେଲେନି କି ସତ୍କାର ପାଇଁ ଆସିଲେନି ପଡ଼ୋଶୀ। ୭୫ ବର୍ଷୀୟା ବୃଦ୍ଧାଙ୍କ ଶବକୁ ଶ୍ମଶାନ ଯାଏ ଖଟରେ ବୋହି ନେଇ ଅନ୍ତିମସଂସ୍କାର କଲେ ତାଙ୍କର ୪ ଝିଅ। ଏଭଳି ହୃଦୟବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଡୋକ୍ରିଗଡ଼ାରେ।

ଗତକାଲି ୭୫ ବର୍ଷୀୟା ବୃଦ୍ଧା କନକ ଶତପଥୀଙ୍କ ମୃତ୍ୟୁ ହୋଇଥିଲା। ମୃତଦେହ ସଂସ୍କାର ପାଇଁ କନକଙ୍କ ୪ ଜଣ ଯାକ ଝିଅ ପଡ଼ୋଶୀଙ୍କୁ ନେହୁରା ହୋଇଥିଲେ ମଧ୍ୟ କେହି ଆସି ନ ଥିଲେ। ପଡ଼ୋଶୀଙ୍କଠାରୁ ନିରାଶ ହୋଇ ଆଜି ସକାଳେ ୪ ଝିଅ ବୃଦ୍ଧା ମା’ଙ୍କ ମୃତଦେହକୁ ଏକ ଖଟରେ ବୋହି ସଂସ୍କାର ପାଇଁ ନେଇଥିଲେ। ହେଲେ ଶେଷକୃତ୍ୟ ପାଇଁ କାଠ ମିଳି ନ ଥିଲା। ଘର ଖପର ଖୋଲି କାଠ ଓ ବାଉଁଶ ବାହାର କରି ସେଥିରେ ମା’ଙ୍କ ଅନ୍ତିମସଂସ୍କାର କରିଥିଲେ ୪ ଝିଅ।

କନକଙ୍କ ୪ ଝିଅ ମଧ୍ୟରୁ ୩ ଜଣ ବିଧବା ହୋଇଥିବା ବେଳେ ଜଣେ ସ୍ୱାମୀ ପରିତ୍ୟକ୍ତା। ସେମାନେ ମାଗିଯାଚି ଚଳନ୍ତି। ଗୋଟିଏ ପଟେ ଦାରିଦ୍ର୍ୟର କଷଣ, ଆରପଟେ ସାହି ପଡ଼ିଶାଙ୍କ ଅସହଯୋଗ ଯୋଗୁଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos