ଧର୍ମଗଡ: ଦାଦନ ଶ୍ରମିକଙ୍କ ମୃତଦେହ ପହଞ୍ଚିବା ପରେ ଗାଁରେ ଉତ୍ତେଜନା, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଧର୍ମଗଡ: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବହୁ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏପରି କି କିଛି ସ୍ଥାନରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାପାଳ ଗାଁରେ । ଗାଁର ସୁଶାନ୍ତ ଛତ୍ରିଆ (୨୪) ଦାଦନ ଖଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଆଜି ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ […]

dharmagarh2

dharmagarh2

Rakesh Mallick
  • Published: Saturday, 24 October 2015
  • Updated: 24 October 2015, 11:25 AM IST

Sports

Latest News

dharmagarh2ଧର୍ମଗଡ: ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ବହୁ ସମୟରେ ନିର୍ଯାତନାର ଶିକାର ହେଉଛନ୍ତି । ଏପରି କି କିଛି ସ୍ଥାନରେ ଶ୍ରମିକଙ୍କ ମୃତ୍ୟୁ ଘଟୁଥିବା ଅଭିଯୋଗ ହେଉଛି। ଏପରି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପରାପାଳ ଗାଁରେ । ଗାଁର ସୁଶାନ୍ତ ଛତ୍ରିଆ (୨୪) ଦାଦନ ଖଟିବାକୁ ଯାଇଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ଆଜି ତାଙ୍କ ମରଶରୀର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଏହାସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଞ୍ଚଳରେ କାମ ମିଳୁ ନ ଥିବାରୁ ଅଞ୍ଚଳର ଯୁବଗୋଷ୍ଠୀ ବାହାରକୁ କାମ କରିବାକୁ ଯାଇ ଏପରି ଘଟଣାର ଶିକାର ହେଉଥିବା ଗ୍ରାମବାସୀ ଅଭିଯୋଗ କରିବା ସହ ମୃତ ସୁଶାନ୍ତଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ସ୍ଥାନୀୟ ବିଡିଓ ରଘୁନାଥ ମୁଣ୍ଡାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷତିପୂରଣ ଦିଆଯିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।dharmagarh

ସୂଚନାଯୋଗ୍ୟ ଯେ, ଖପରାପାଳ ଗାଁର କମଳ ଛତ୍ରିୟା ଛୋଟମୋଟ କାମ କରି ପରିବାର ଚଳାଉଥିଲେ । ହେଲେ ଏକ ଦୁର୍ଘଟଣାର ଶିକାର ହୋଇ ସେ ଗୁରୁତର ଆହତ ହୋଇଥିଲେ । ତାଙ୍କ ଚିକିତ୍ସା ଲାଗି ପରିବାର ପକ୍ଷରୁ ବହୁ ଟଙ୍କା ଧାରଉଧାର କରାଯାଇଥିଲା । ଏହି ଟଙ୍କା ଶୁଝିବା ପାଇଁ କମଳଙ୍କ ବଡ ପୁଅ ସୁଶାନ୍ତ ବାହାରକୁ କାମ କରିବାକୁ ଯିବାକୁ ସ୍ଥିର କରିଥିଲେ । ଶେଷରେ ସେ କେରଳକୁ କାମ କରିବାକୁ ଦାଦନ ଶ୍ରମିକ ଭାବେ ୧୧ ମାସ ହେବ ଯାଇଥିଲେ । ବିପିସିଏଲରେ କାମ କରୁଥିବା ବେଳେ ଗତ ୨୧ ତାରିଖରେ ପ୍ରାୟ ୪୦ ଫୁଟ ତଳକୁ ଖସି ପଡି ମୃତ୍ୟୁବରଣ କରିଥିଲେ ।dharmagarh1

ଅଜି ଗାଁରେ ମୃତଦେହ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ତ୍ୟକ୍ତ ଲୋକେ ଦେଢ ଘଣ୍ଟା ଜାତୀୟ ରାଜପଥ ଅବରୋଧ କରି ରଖିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ଗାଡି ମୋଟର ଅଟକି ରହିଥିଲା । ସ୍ଥାନୀୟ ପୋଲିସ ଓ ବିଡିଓ ଆନ୍ଦୋଳନ ସ୍ଥଳରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହାସହ ଅନ୍ୟ ଦାବି ପୂରଣ ଲାଗି ଜିଲ୍ଲାପାଳଙ୍କୁ ଜଣାଇବା ପରେ ରାସ୍ତାରୋକ ହଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story