ଧର୍ମଗଡ: ଇଷ୍ଟଦେବୀ ମା’ ଲଙ୍କେଶ୍ୱରୀଙ୍କଠାରେ ହେଲା ଖଣ୍ଡାବସା

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଇଷ୍ଟ ଦେବୀ ମା’ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ବା ବିଜୟ ଯାତ୍ରା ଧୂମଧାମରେ ପାଳିତ ହୋଇଛି । ମା’ଙ୍କଠାରେ ଖଣ୍ଡାବସା ଉତ୍ସବ ହେବ ପରେ ଜିଲ୍ଲାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ପଶ୍ଚିମ ଓଡ଼ିଶାରେ ମା’ ଲଙ୍କେଶ୍ୱରୀଙ୍କ ପୀଠ ଏକ ପ୍ରମୁଖ ଶକ୍ତି ପୀଠ । ଇତିହାସ ଅନୁସାରେ ପୂର୍ବରୁ କଳାହାଣ୍ଡିକୁ ଗଙ୍ଗ ବଂଶର ରାଜାମାନେ ଶାସନ କରୁଥିଲେ । ମୁଳାଷ୍ଟମୀରେ ଏହି ବଂଶର ରାଜାମାନେ ବିଭିନ୍ନ […]

dharmagarh

dharmagarh

Rakesh Mallick
  • Published: Monday, 05 October 2015
  • Updated: 05 October 2015, 12:29 PM IST

Sports

Latest News

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଇଷ୍ଟ ଦେବୀ ମା’ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ବା ବିଜୟ ଯାତ୍ରା ଧୂମଧାମରେ ପାଳିତ ହୋଇଛି । ମା’ଙ୍କଠାରେ ଖଣ୍ଡାବସା ଉତ୍ସବ ହେବ ପରେ ଜିଲ୍ଲାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ ।dharmagarh

ପଶ୍ଚିମ ଓଡ଼ିଶାରେ ମା’ ଲଙ୍କେଶ୍ୱରୀଙ୍କ ପୀଠ ଏକ ପ୍ରମୁଖ ଶକ୍ତି ପୀଠ । ଇତିହାସ ଅନୁସାରେ ପୂର୍ବରୁ କଳାହାଣ୍ଡିକୁ ଗଙ୍ଗ ବଂଶର ରାଜାମାନେ ଶାସନ କରୁଥିଲେ । ମୁଳାଷ୍ଟମୀରେ ଏହି ବଂଶର ରାଜାମାନେ ବିଭିନ୍ନ ରାଜ୍ୟ ଜୟ କରି ବିଜୟ ଯାତ୍ରା ସହ ଆସି ପାଟ ଖଣ୍ଡାକୁ ମା’ ଲଙ୍କେଶ୍ୱରୀଙ୍କ ପାଖରେ ରଖି ପୂଜା କରୁଥିଲେ । ଏହାକୁ ଖଣ୍ଡାବସା ପୂଜା କୁହାଯାଉଥିଲା । ସେବେଠାରୁ ଏହା ପାଳିତ ହୋଇ ଆସୁଛି । ଏକ ବିରାଟ ଶୋଭାଯାତ୍ରାରେ ୨ଟି ପାଟଖଣ୍ଡାକୁ ମନ୍ଦିର ପୂଜକ ଧରି ବଙ୍ଗଲାର ଏକ ଅସ୍ଥାୟୀ କୁଟିରକୁ ଆସିଥାନ୍ତି। ଏଠାରେ ରାଜାଙ୍କ ସୁନାରି ସେବକ ପାଟଖଣ୍ଡାକୁ ସଫା ବା ମାର୍ଜନା କରି ପୁଣି ଥରେ ମନ୍ଦିରକୁ ବିରାଟ ଶୋଭାଯାତ୍ରାରେ ବିରବାଦ୍ୟ ଘୁମୁରା ସହ ଯାଇଥାନ୍ତି । ସେଠାରେ କଳାହାଣ୍ଡି ମହାରାଜ ନିଜ ପାରିଷଦ ବର୍ଗଙ୍କ ସହିତ ଆସି ମା’ ଲଙ୍କେଶ୍ୱରୀଙ୍କ ପାଖରେ ପାଟଖଣ୍ଡାକୁ ରଖି ପୂଜାର୍ଚ୍ଚନା କରିଥାନ୍ତି।dharmagarh1

ଜୁନାଗଡଠାରେ ଖଣ୍ଡାବସା ଉତ୍ସବ ହେବା ଦିନଠାରୁ ଦଶହରା ପର୍ବ ପାଳନ ଆରମ୍ଭ ହୋଇଥାଏ । ସବୁ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ରହିଥିଏ । ଏପରି କି ଯାତ୍ରାକୁ ଆକର୍ଷିତ କରିବା ପାଇଁ ଜୁନାଗଡ ଏନଏସି ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ବିଧାୟକ ଦିବ୍ୟଶଙ୍କର ମିଶ୍ର ଖଣ୍ଡାବସା ଉତ୍ସବରେ ଯୋଗଦେଇଥିଲେ । ଏହି ଯାତ୍ରାକୁ ଆହୁରି ଆକର୍ଷିତ କରିବାକୁ ସରକାର ପଦକ୍ଷେପ ନେବାକୁ ସେ କହିଛନ୍ତି । ଉତ୍ସବ ଲାଗି ପ୍ରଶାସନ ତରଫରୁ ଜଣେ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos