ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଚାଲେଞ୍ଜ: ଯଦି ମୋ ତଥ୍ୟ ଭୁଲ୍, ମୁଁ ଭୁଲ୍ ମାଗିବାକୁ ପ୍ରସ୍ତୁତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଶିଶୁ ମୃତ୍ୟୁହାର, ସମ୍ପୂର୍ଣ୍ଣ ଟୀକାକରଣ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମକୁ ନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ଦେଶ ତୁଳନାରେ ରାଜ୍ୟର ସ୍ଥିତି ଭଲ ଥିବା ଦର୍ଶାଯାଇଛି। ତେବେ ଏହି ତଥ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି,“ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ କରାଯାଇଛି। ଏଥିରେ କଥାକଥିତ […]

dharmendra-pradhan

dharmendra-pradhan

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 05:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟରେ ଶିଶୁ ମୃତ୍ୟୁହାର, ସମ୍ପୂର୍ଣ୍ଣ ଟୀକାକରଣ ଓ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମକୁ ନେଇ ଏକ ବିଜ୍ଞାପନ ପ୍ରକାଶ ପାଇଛି। ଏଥିରେ ଦେଶ ତୁଳନାରେ ରାଜ୍ୟର ସ୍ଥିତି ଭଲ ଥିବା ଦର୍ଶାଯାଇଛି। ତେବେ ଏହି ତଥ୍ୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚ୍ୟାଲେଞ୍ଜ କରିଛନ୍ତି।

ସେ କହିଛନ୍ତି,“ଆଜି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବିଜ୍ଞାପନ ପ୍ରକାଶ କରାଯାଇଛି। ଏଥିରେ କଥାକଥିତ ଉବଲବ୍ଧିକୁ ଦର୍ଶାଯାଇଛି। ଏହି ବିଜ୍ଞାପନ ବିଭାଗର ମନ୍ତ୍ରୀଙ୍କ ବ୍ୟକ୍ତିଗତ ପଇସାରେ ହୋଇନାହିଁ। ଭୁଲ ତଥ୍ୟ ଦେବାର ମୁଖ୍ୟ ନାୟକ ସମ୍ପୃକ୍ତ ସଚିବଙ୍କ  ପକେଟରୁ ବିଜ୍ଞାପନ ପାଇଁ ପଇସା ଆସିନାହିଁ କି ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ପାଣ୍ଡିରୁ ଆସିନାହିଁ। ଓଡ଼ିଶା ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ମିଛ ଉପଲବ୍ଧି ସମ୍ପର୍କରେ ପ୍ରଚାର କରାଯାଉଛି। ଗଣତନ୍ତ୍ରରେ ଗୋଟିଏ ସରକାର ନିଜ ଉପଲବ୍ଧିକୁ ପ୍ରକାଶ କରିପାରିବ। ହେଲେ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି, ଗରିବଙ୍କ ଅର୍ଥରେ ମିଛ ପ୍ରଚାର ଠିକ୍‌ ନୁହେଁ।”

ଧର୍ମେନ୍ଦ୍ର କହିଛନ୍ତି, “ବିଜ୍ଞାପନରେ ଦର୍ଶା ଯାଇଛି, ଜାତୀୟ ଶିଶୁ ମୃତ୍ୟୁହାର ୪୧ ଥିବା ବେଳେ ରାଜ୍ୟରେ ୪୦ ରହିଛି। ଉଚିତ ହୋଇଥାନ୍ତା ଯଦି ରାଜ୍ୟ ସରକାର ୧୮ ବର୍ଷ ପରେ ଏହାକୁ କେରଳ ରାଜ୍ୟ ସହ ତୁଳନା କରିଥାନ୍ତେ। କେରଳରେ ଶିଶୁ ମୃତ୍ୟୁହାର କେତେ ଅଛି ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବ କହିବାକୁ ମୁଁ ଅନୁରୋଧ କରୁଛି।”

ସେ ଆହୁରି କହିଛନ୍ତି, “ଏହି ଯେଉଁ ତଥ୍ୟ ଦିଆଯାଇଛି, ତାହା ଦୁଇରୁ ଅଢ଼େଇ ବର୍ଷ ପୁରୁଣା। ୨୦୧୫-୧୬ରେ ଯେଉଁ ସର୍ଭେ ହୋଇଥିଲା ତାହାର ତଥ୍ୟ ରାଜ୍ୟ ସରକାର ଦେଇଛନ୍ତି। ଏସ୍‌ଆରଏସ୍‌ ପ୍ରତିବର୍ଷ ଶିଶୁ ମୃତ୍ୟୁହାର ଆକଳନ କରିଥାଏ। ଏସ୍‌ଆରଏସ୍‌ ରିପୋର୍ଟ ଅନୁସାରେ ୨୦୧୨ରୁ ୨୦୧୬ ମଧ୍ୟରେ ଶିଶୁ ମୃତ୍ୟୁହାରରେ ଓଡ଼ିଶା ଜାତୀୟ ହାରଠାରୁ କମ୍‌ରେ ରହିଛି। ୨୦୧୨ରେ ଶିଶୁମୃତ୍ୟୁର ଜାତୀୟ ହାର ୪୨ ଥିବା ବେଳେ ଓଡ଼ିଶାର ୫୩ ରହିଛି। ୨୦୧୬ରେ ଜାତୀୟ ହାର ୩୪ ଥିବା ବେଳେ ଓଡ଼ିଶାରେ ୪୪ ରହିଛି। ମୁଁ ଏହି ଯେଉଁ ତଥ୍ୟ ଦେଲି, ଯଦି ତାହା ଭୁଲ, ତେବେ ଓଡ଼ିଶା ସରକାରଙ୍କ ପାଖରେ ଭୁଲ୍‌ ମାଗିବାକୁ ରାଜି ଅଛି। ଯଦି ମୋ ତଥ୍ୟ ଠିକ୍‌, ତେବେ ଓଡ଼ିଶା ସରକାର ରାଜ୍ୟର ଜନତାଙ୍କ ପାଖରେ ଭୁଲ ମାଗନ୍ତୁ।”
[caption id="attachment_237802" align="aligncenter" width="600"]bjp ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଗଣମାଧ୍ୟମରେ ଦିଆଯାଇଥିବା ବିଜ୍ଞାପନ [/caption]
ଏହାସହ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ମିଛ ସୌଦାଗରଙ୍କର ମହାନାୟକ’  ବୋଲି କହି କଟାକ୍ଷ କରିଛନ୍ତି। ଓଡ଼ିଶାର ଲୋକଙ୍କୁ ଭ୍ରମରେ ପକାଇବା ଓ ଛଳନା କରିବା ହେଉଛି ତାଙ୍କ ଉବଲବ୍ଧି ବୋଲି ସେ କହିଛନ୍ତି।

କେନ୍ଦ୍ରର ୪୮ଟି ଉପଲବ୍ଧି ଓ ରାଜ୍ୟ ସରକାରଙ୍କ ୩୬ଟି ମହାଦୁର୍ନୀତିକୁ ନେଇ ଲୋକଙ୍କ ପାଖକୁ ଯିବ ବିଜେପି

ଆସନ୍ତା ୨୬ ତାରିଖରେ କେନ୍ଦ୍ର ସରକାରଙ୍କୁ ୪ ବର୍ଷ ପୂରଣ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ଓଡ଼ିଶାରେ ମୋଦି ତାଙ୍କ ୪ ବର୍ଷ ସରକାରର ଉପଲବ୍ଧି କହିବେ। ଐତିହାସିକ କିଲ୍ଲା ପଡ଼ିଆରେ ଅନୁଷ୍ଠିତ ସାଧାରଣ ସଭାରେ ମୋଦି ଯୋଗଦେଇ ଏହି ଉପଲବ୍ଧି ସମ୍ପର୍କରେ କହିବେ। ଏଥିରେ ସେ ନୂଆ ଭାରତର କଳ୍ପନା ସମ୍ପର୍କରେ କହିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେ କହିଛନ୍ତି ଯେ ଏହି ଅବସରରେ ଗତ ୪୮ ମାସରେ ଭାରତ ସରକାରଙ୍କ ପକ୍ଷରୁ ଓଡ଼ିଶା ପାଇଁ ହୋଇଥିବା ଉନ୍ନୟନ କାର୍ଯ୍ୟର ୪୮ଟି ଦସ୍ତାବିଜ୍‌ ପ୍ରକାଶ କରାଯିବ। ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ମହାଭିଯୋଗର ଏକ ଦସ୍ତାବିଜ୍‌ ପ୍ରସ୍ତୁତ କରାଯାଇଛି। ଯାହାକୁ ଦଳ ପକ୍ଷରୁ ୨ରୁ ୩ଦିନ ମଧ୍ୟରେ ପ୍ରକାଶ କରାଯିବ। ଏଥିରେ ୧୮ ବର୍ଷ ବିଜେଡି ସରକାରର ୩୬ଟି ମହାଦୁର୍ନୀତିକୁ ଦଳ ଲୋକଲୋଚନକୁ ଆଣିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story