ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ବିଜେଡିର ଆଭିମୁଖ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଗଣମାଧ୍ୟମ ଉପରେ ଏଭଳି ଆକ୍ରମଣ ଶାସକ ଦଳର ରାଜନୈତକ ମୈଦାନର ଦ୍ରୁତ ଅବକ୍ଷୟର ଲକ୍ଷଣ ବୋଲି ସେ ଟ୍ୱିଟ୍ କରି ପ୍ରତିକ୍ରିୟା ଦେଇଛନ୍ତି। ନିର୍ବାଚନ କମିଶନଙ୍କ ନିକଟରେ ମିଥ୍ୟା ଅଭିଯୋଗ କରି ସେ (ମୁଖ୍ୟମନ୍ତ୍ରୀ) କେବଳ ବିଜେପୁର ନିର୍ବାଚନ ପରାଜୟ ପାଇଁ ଢାଲ ତିଆରି କରୁଛନ୍ତି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି।
ସେ ଆହୁରି କହିଛନ୍ତି ଯେ ବିଜୁବାବୁ ତାଙ୍କ ଲମ୍ବା ରାଜନୈତିକ ଜୀବନରେ ଗଣମାଧ୍ୟମଠାରୁ କଡ଼ା ବିରୋଧର ସାମ୍ନା କରି ମଧ୍ୟ କେବେ ବି ସାମ୍ବାଦିକଙ୍କ ବିରୋଧରେ ଏଭଳି ଆଭିମୁଖ୍ୟ ଦେଖାଇ ନଥିଲେ। ହେଲେ ନବୀନ ତାଙ୍କ ବାପାଙ୍କ ଠାରୁ କିଛି ଶିଖିଲେନି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।