ଢେଙ୍କାନାଳ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ପିସିସି ସଭାପତି କେପି ସିଂହ ଦେଓଙ୍କୁ ବିଜେପିର ଯୋଗଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆମନ୍ତ୍ରଣ କରିଛନ୍ତି। ଗତକାଲି ଢେଙ୍କାନାଳରେ ଭିଜିଲାନ୍ସ କୋର୍ଟ ଉଦଘାଟନୀ ଉତ୍ସବରେ ଉଭୟ ନେତା ଯୋଗ ଦେଇଥିଲେ। ବିଦ୍ଧିବଧ ନ ହେଲେ ବି କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର କେପିଙ୍କୁ ବିଜେପିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ତେବେ କେପି ଧର୍ମେନ୍ଦ୍ରଙ୍କ ଏହି ଆମନ୍ତ୍ରଣକୁ ଅଗ୍ରାହ୍ୟ କରିଦେଇଛନ୍ତି।
ଗଣମାଧ୍ୟମ ପ୍ରତିନିଧିମାନେ ଧର୍ମେନ୍ଦ୍ରଙ୍କ ଏଭଳି ଖୋଲାଖୋଲି ଆମନ୍ତ୍ରଣ ସମ୍ପର୍କରେ କେପିଙ୍କୁ ପଚାରିବାରୁ ଏ ସମ୍ପର୍କରେ ସେ କେବେ ଚିନ୍ତା ବି କରି ନାହାନ୍ତି ବୋଲି କହିଛନ୍ତି। ଏପରି ଭାବନା ପଛରେ ତାଙ୍କର କିଛି ଯାଏ ଆସେ ନାହିଁ ବୋଲି କହିବା ସହ ସେ ଦଳର ଜଣ ଆନୁଗତ୍ୟ ନେତା ବୋଲି କେପି କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।