ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ମହାନଦୀ ପ୍ରସଙ୍ଗ ଉଠାନ୍ତୁ: ବିଜେଡ଼ି

bjp1ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କରିଛି ବିଜେଡ଼ି। ପ୍ରତି କଥାରେ ଟିମ୍‌ ପଠାଉ ଥିବା ବିଜେପି ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଭେଟନ୍ତୁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏ ନେଇ ଆଲୋଚନା କରନ୍ତୁ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଦେବ ଆହ୍ୱାନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “କାମ ବନ୍ଦ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ପାଖରେ ପ୍ରଧାନ ଆପତ୍ତି ରଖନ୍ତୁ। ସମସ୍ୟାର ସମାଧାନ ହେବା ପରେ କାମ ଆରମ୍ଭ କରିବାକୁ ସେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ କୁହନ୍ତୁ। ଏ କଥା ନ କରି ତୁ ତୁ ମେଁ ମେଁ ନୀତି ଅବଲମ୍ବନ କଲେ ରାଜ୍ୟର ସ୍ୱାର୍ଥହାନି ହେଉଛି।”

ସେ ଆହୁରି କହିଛନ୍ତି, “ଉଭୟ ଗୃହରେ ବିଜେପିର ଦୁଇ ମନ୍ତ୍ରୀ ଅଛନ୍ତି। ସେମାନେ ମହାନଦୀରେ ନିର୍ମାଣାଧୀନ ପ୍ରକଳ୍ପ ପ୍ରସଙ୍ଗ ଗୃହରେ ଉଠାଇ ଏହାକୁ ବନ୍ଦ କରିବାକୁ ଦାବି କରନ୍ତୁ। ଲୋକସଭା ହେଉ କି ରାଜ୍ୟସଭା ମହାନଦୀ ପ୍ରସଙ୍ଗ ଉଠିବା ବେଳେ ସେମାନେ ଆଲୋଚନାରେ ଭାଗ ନିଅନ୍ତୁ।”