ଧର୍ମେନ୍ଦ୍ର କହିଲେ-ଓଡ଼ିଶାରେ ସମ୍ବିଧାନ ନାହିଁ; ସୂର୍ଯ୍ୟ କହିଲେ-ବିଜେପି ୧୦ ଫାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ବିଜେଡିର ଅନ୍ତଃକନ୍ଦଳ ବାହାରକୁ ଆସିଲାଣି। ୩ୟ ମହଲାକୁ ଇଙ୍ଗିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁଣି ବର୍ଷିଛନ୍ତି। ସେ କହିଛନ୍ତି,- ଓଡ଼ିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଲାଣି। ଶାସନ ବ୍ୟବସ୍ଥାରେ କିଏ କେଉଁ ଦାୟିତ୍ୱ ନେବ ତା’ର ବିଧି ରହିଥିବା ବେଳେ ଓଡ଼ିଶାରେ ସେହି ବିଧି ବ୍ୟବସ୍ଥାରେ ବିଲକ୍ଷଣ ଦେଖାଦେଇଛି। ଲୋକ ଏହି ସରକାରର ପରିବର୍ତ୍ତନ କରାଇବେ।” ସେ ଆହୁରି କହିଛନ୍ତି,- “ଲୋକସଭା ଓ ବିଧାନସଭା […]

Surya-Dharmendra

Surya-Dharmendra

Rakesh Mallick
  • Published: Saturday, 13 January 2018
  • Updated: 13 January 2018, 02:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଅପାରଗ ଓ ସ୍ଥାଣୁ ସରକାର ଚାଲିଛି। ବିଜେଡିର ଅନ୍ତଃକନ୍ଦଳ ବାହାରକୁ ଆସିଲାଣି। ୩ୟ ମହଲାକୁ ଇଙ୍ଗିତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁଣି ବର୍ଷିଛନ୍ତି। ସେ କହିଛନ୍ତି,- ଓଡ଼ିଶାରେ ସାମ୍ବିଧାନିକ ସଙ୍କଟ ଦେଖାଦେଲାଣି। ଶାସନ ବ୍ୟବସ୍ଥାରେ କିଏ କେଉଁ ଦାୟିତ୍ୱ ନେବ ତା’ର ବିଧି ରହିଥିବା ବେଳେ ଓଡ଼ିଶାରେ ସେହି ବିଧି ବ୍ୟବସ୍ଥାରେ ବିଲକ୍ଷଣ ଦେଖାଦେଇଛି। ଲୋକ ଏହି ସରକାରର ପରିବର୍ତ୍ତନ କରାଇବେ।”

ସେ ଆହୁରି କହିଛନ୍ତି,- “ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଥରକେ କରାଯାଉ।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟର କଡ଼ା ଜବାବ ଦେଇଛି ବିଜେଡି। ଦଳର ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି,-“ବିଜେପି ଏବେ ୧୦ ଭାଗରେ ବିଭକ୍ତ। ଆମର ଏକମାତ୍ର ନେତା ନବୀନ ଓ ବିଜୁ ବାବୁଙ୍କ ଚିନ୍ତାଧାରାରେ ଦଳ ଚାଲିଛି। ବିକାଶ ଆମର ଏଜେଣ୍ଡା।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos