ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହେବେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ବିଜେପି ପକ୍ଷରୁ ଏନେଇ ଘୋଷଣା କରାଯାଇଛି। ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରୁ ପ୍ରାର୍ଥୀ ହେବେ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ  ଜେ.ପି ନଡ୍ଡା ହିମାଚଳ ପ୍ରଦେଶରୁ ପ୍ରାର୍ଥୀ ହେବେ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିହାରରୁ ପ୍ରାର୍ଥୀ ହେବେ।  କେନ୍ଦ୍ରମନ୍ତ୍ରୀ ଥାୱରଚନ୍ଦ ଗେହଲଟ ମଧ୍ୟପ୍ରଦେଶରୁ, ମନସୁଖଲାଲ ମାଣ୍ଡଭିୟା ଗୁଜରାଟରୁ, ପରଷୋତ୍ତମ ରୂପାଲା ଗୁଜରାଟରୁ ଓ […]

DHARMENDRA

DHARMENDRA

Rakesh Mallick
  • Published: Wednesday, 07 March 2018
  • Updated: 07 March 2018, 06:46 PM IST

Sports

Latest News

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ହେବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ବିଜେପି ପକ୍ଷରୁ ଏନେଇ ଘୋଷଣା କରାଯାଇଛି।

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ରାଜ୍ୟସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶରୁ ପ୍ରାର୍ଥୀ ହେବେ।  କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ  ଜେ.ପି ନଡ୍ଡା ହିମାଚଳ ପ୍ରଦେଶରୁ ପ୍ରାର୍ଥୀ ହେବେ। ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିହାରରୁ ପ୍ରାର୍ଥୀ ହେବେ।  କେନ୍ଦ୍ରମନ୍ତ୍ରୀ ଥାୱରଚନ୍ଦ ଗେହଲଟ ମଧ୍ୟପ୍ରଦେଶରୁ, ମନସୁଖଲାଲ ମାଣ୍ଡଭିୟା ଗୁଜରାଟରୁ, ପରଷୋତ୍ତମ ରୂପାଲା ଗୁଜରାଟରୁ ଓ ଭୂପେନ୍ଦ୍ର ଯାଦବ ରାଜସ୍ଥାନରୁ ପ୍ରାର୍ଥୀ ହେବେ।

ସୂଚନାଯୋଗ୍ୟ, ଓଡ଼ିଶାରୁ ତିନୋଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନ ହେବାକୁ ଥିବା ବେଳେ ଶାସକ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କୁ ଦଳ ପ୍ରାର୍ଥୀ କରିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos