ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ଓଡ଼ିଶାର ବିକାଶ  ନିମନ୍ତେ ଆକାଶପଥରେ ଯୋଗାଯୋଗର ନିର୍ଣ୍ଣାୟକ ଭୂମିକା ରହିଛି। ଏନେଇ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ […]

dharmendra

dharmendra

Tapaswini Nayak
  • Published: Wednesday, 18 September 2019
  • Updated: 18 September 2019, 04:22 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରୁ ଦୁବାଇ ଯାତାୟତ କରୁଥିବା ଓଡ଼ିଶାର ଯାତ୍ରୀଙ୍କ ସୁବିଧା ନିମନ୍ତେ ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ। ଓଡ଼ିଶାର ବିକାଶ  ନିମନ୍ତେ ଆକାଶପଥରେ ଯୋଗାଯୋଗର ନିର୍ଣ୍ଣାୟକ ଭୂମିକା ରହିଛି। ଏନେଇ ଭୁବନେଶ୍ୱରରୁ ଦୁବାଇକୁ ବିମାନ ଚଳାଚଳ ଲାଗି ବିମାନ ଚଳାଚଳ ମନ୍ତ୍ରୀ ସ୍ୱତନ୍ତ୍ର ଭାବରେ ହସ୍ତକ୍ଷେପ କରନ୍ତୁ ବୋଲି ମନ୍ତ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଆହୁରି ଚିଠିରେ ଲେଖିଛନ୍ତି, ୧୫ ହଜାରରୁ ଅଧିକ ଓଡ଼ିଆ ୟୁଏଇରେ ବସବାସ କରୁଛନ୍ତି। କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ଯୋଜନା ଅଧୀନରେ ପୂର୍ବ ଭାରତରେ ବିକାଶର ପେଣ୍ଠସ୍ଥଳୀ ଭାବେ ଓଡ଼ିଶା ଆଗକୁ ବଢୁଛି। ଭୁବନେଶ୍ୱର ସହ ଅନ୍ତର୍ଜାତୀୟ ବିମାନ ଯୋଗାଯାଗ ସମ୍ଭବ ହେଲେ ବିକାଶର ସମ୍ଭାବନା ଆହୁରି ବଢ଼ିଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos