କାଳିଆ ହତ୍ୟା ମାମଲାରେ ବନ୍ଧା ହେଲେ ପଡୋଶୀ ମହିଳା

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଖଙ୍କିରା ଗାଁର କୂଅରୁ ଉଦ୍ଧାର ହୋଇଥିବା ୩ ବର୍ଷର ଶିଶୁ କାଳିଆର ହତ୍ୟାକାରୀ ଗିରଫ। ନିହଲପ୍ରସାଦ ଥାନା ପୁଲିସ ହତ୍ୟାକାରୀକୁ ଗିରଫ କରିଛି । ହତ୍ୟାକାରୀ ହେଲେ କାଳିଆର ପଡୋଶୀ ଘର ମହିଳା ଭାରତୀ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ମହିଳା ଜଣକ ପୁଲିସ  ଆଗରେ ସ୍ୱୀକାର କରିଛନ୍ତି । ପ୍ରଥମେ କାଳିଆକୁ ତଣ୍ଟି ଚିପ ହତ୍ୟା କରିବା […]

accuse-arrest-1

accuse-arrest-1

Madhupriya Mistry
  • Published: Friday, 18 December 2020
  • Updated: 18 December 2020, 11:30 AM IST

Sports

Latest News

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଖଙ୍କିରା ଗାଁର କୂଅରୁ ଉଦ୍ଧାର ହୋଇଥିବା ୩ ବର୍ଷର ଶିଶୁ କାଳିଆର ହତ୍ୟାକାରୀ ଗିରଫ। ନିହଲପ୍ରସାଦ ଥାନା ପୁଲିସ ହତ୍ୟାକାରୀକୁ ଗିରଫ କରିଛି । ହତ୍ୟାକାରୀ ହେଲେ କାଳିଆର ପଡୋଶୀ ଘର ମହିଳା ଭାରତୀ ସାହୁ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ୩ ବର୍ଷର ଶିଶୁକୁ ହତ୍ୟା କରିଥିବା ନେଇ ମହିଳା ଜଣକ ପୁଲିସ  ଆଗରେ ସ୍ୱୀକାର କରିଛନ୍ତି । ପ୍ରଥମେ କାଳିଆକୁ ତଣ୍ଟି ଚିପ ହତ୍ୟା କରିବା ପରେ କୂଅକୁ ଫିଙ୍ଗି ଦେଇଥିବା ନେଇ ଅଭିଯୁକ୍ତ ମହିଳା ପୁଲିସ ଆଗରେ ବୟାନ ଦେଇଛନ୍ତି ।

ଗତକାଲି ସନ୍ଧ୍ୟାରେ ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଖଙ୍କିରା ଗାଁ ଦାଣ୍ଡରେ ଖେଳୁ ଖେଳୁ ନିଖୋଜ ହୋଇଯାଇଥିଲା ଚନ୍ଦନ ସାହୁଙ୍କ ୩ ବର୍ଷର ପୁଅ କାଳିଆ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ଛୁଆଟିର ପତ୍ତା ପାଇ ନ ଥିଲେ। ତେବେ ନିଖୋଜ ହେବାର ୧୨ ଘଣ୍ଟା ପରେ  ଗୁରୁବାର ସକାଳୁ ଏକ କୂଅରୁ ଶିଶୁ ପୁତ୍ରର ମୃତଦେହ ମିଳିଥିଲା । ପରେ ପ୍ରାଥମିକ ତଦନ୍ତରୁ ଶିଶୁଟିକୁ କେହି ହତ୍ୟା କରି କୂଅ ଭିତରେ ଫିଙ୍ଗି ଦେଇଥିବା ନେଇ ପୁଲିସ ସନ୍ଦେହ କରିଥିଲା ।

ଏହି ମାମଲାରେ ଗତକାଲି ପୁଲିସ ସନ୍ଦେହରେ ଚନ୍ଦନ ସାହୁଙ୍କ ପଡିଶା ଘରର ଭାରତୀ ସାହୁ ଓ ତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରିଥିଲା । ଆଜି ସେ ପୁଲିସ ଆଗରେ ନିଜ ଦୋଷ ସ୍ୱୀକାର କରିଛି । ଦଫା ୩୦୨ ଓ ୨୦୧ରେ ମାମଲା ରୁଜୁ କରି ଅଭୁଯୁକ୍ତି ଭାରତୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos