ବକେୟା ଦରମା ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ: ବକେୟା ଦରମା ମିଳୁ ନ ଥିବା ଅଭିଯୋଗ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ତାଙ୍କୁ ସଠିକ୍ ସମୟରେ ଉଦ୍ଧାର କରି ଥିଲେ। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ ପ୍ରହଲ୍ଲାଦ ବାରିକ। ସେ ଗଁଦିଆ ବ୍ଲକ ପାଟଣାର ସହଦେବ ବିଦ୍ୟାପୀଠରେ କାର୍ଯ୍ୟ କରନ୍ତି। ସେ ଅଭିଯୋଗ କରିଛନ୍ତି,“୨୦୦୮ ରୁ ୨୦୧୧ ବର୍ଷର ଅଧା ପର୍ଯ୍ୟନ୍ତ […]

dhenkanal1

dhenkanal1

Rakesh Mallick
  • Published: Monday, 25 April 2016
  • Updated: 25 April 2016, 11:00 AM IST

Sports

Latest News

dhenkanal1ଢେଙ୍କାନାଳ: ବକେୟା ଦରମା ମିଳୁ ନ ଥିବା ଅଭିଯୋଗ କରି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆତ୍ମାହୁତି ଦେବାକୁ ଉଦ୍ୟମ କରିଥିଲେ। ତେବେ ସେଠାରେ ଉପସ୍ଥିତ ପୋଲିସ୍ କର୍ମଚାରୀମାନେ ତାଙ୍କୁ ସଠିକ୍ ସମୟରେ ଉଦ୍ଧାର କରି ଥିଲେ।

ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ନାଁ ପ୍ରହଲ୍ଲାଦ ବାରିକ। ସେ ଗଁଦିଆ ବ୍ଲକ ପାଟଣାର ସହଦେବ ବିଦ୍ୟାପୀଠରେ କାର୍ଯ୍ୟ କରନ୍ତି।

ସେ ଅଭିଯୋଗ କରିଛନ୍ତି,“୨୦୦୮ ରୁ ୨୦୧୧ ବର୍ଷର ଅଧା ପର୍ଯ୍ୟନ୍ତ ମୋର ବକେୟା ଦରମା ଆଜି ପର୍ଯ୍ୟନ୍ତ ଦିଆଯାଉ ନାହିଁ। ଅଭିଯୋଗ ନେଇ ସଂପୃକ୍ତ ଅଧିକାରୀମାନଙ୍କୁ ବାରମ୍ବାର ଭେଟି ଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ମୁଁ ଆଜି ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲି।”

ତାଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି,“ ସେ ଯେଉଁ ସ୍କୁଲ୍‌ରେ ଚାକିରି କରୁଛନ୍ତି ସେଇଟି ଏକ ବ୍ଲକ୍‌ଗ୍ରାଣ୍ଟ୍ ସ୍କୁଲ୍। ବ୍ଳକ୍‌ଗ୍ରାଣ୍ଟ୍‌ ସ୍କୁଲ୍‌ ପାଇଁ ରହିଥିବା ନୀତିନିୟମକୁ ସେ ପୂରଣ କରୁ ନାହାନ୍ତି। ତଥାପି ତାଙ୍କର ସମସ୍ୟାର ସମାଧାନ ପାଇଁ ଆମେ ପ୍ରତିଶ୍ରୁତି ଦେଉଛୁ। ମୁଁ ଡିଓଙ୍କୁ ଡାକି ଏ ବିଷୟରେ ଆଲୋଚନା କରିଛି। ସବ୍‌ କଲେକ୍ଟରଙ୍କୁ  ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି। ସେ ରିପୋର୍ଟ ଦେଲା ପରେ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos