ଢେଙ୍କାନାଳରେ ଦଳିତ ନେତା ବାଇଧର ନାୟକଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ଢେଙ୍କାନାଳ: ଢେଙ୍କାନାଳ ସହରର ମହିଷାପାଟରେ ଶୁକ୍ରବାର ଦଳିତ ନେତା ବାଇଧର ନାୟକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ସହରର ୮ ନମ୍ବର ୱାର୍ଡର କାଉନ୍‌ସିଲର ସୁମିତ୍ର ଭୋଇଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଜି ଏଥିପାଇଁ ପୋଲିସ୍ ଶାନ୍ତି କମିଟି ବୈଠକ ଡାକିଥିଲା। ଏଥିରେ ଦୁଇ ଗୋଷ୍ଠୀର […]

baidhara-nayak

baidhara-nayak

Rakesh Mallick
  • Published: Friday, 25 March 2016
  • Updated: 25 March 2016, 11:20 AM IST

Sports

Latest News

baidhara-nayakଢେଙ୍କାନାଳ: ଢେଙ୍କାନାଳ ସହରର ମହିଷାପାଟରେ ଶୁକ୍ରବାର ଦଳିତ ନେତା ବାଇଧର ନାୟକଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଛି। କିଛି ଦୁର୍ବୃତ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଗତକାଲି ସହରର ୮ ନମ୍ବର ୱାର୍ଡର କାଉନ୍‌ସିଲର ସୁମିତ୍ର ଭୋଇଙ୍କ ଉପରେ ଆକ୍ରମଣ ହୋଇଥିଲା। ଆଜି ଏଥିପାଇଁ ପୋଲିସ୍ ଶାନ୍ତି କମିଟି ବୈଠକ ଡାକିଥିଲା। ଏଥିରେ ଦୁଇ ଗୋଷ୍ଠୀର ସଦସ୍ୟ ଉପସ୍ଥିତ ଥିଲେ। ବାଇଧର ନାୟକ ମଧ୍ୟ ଏହି ବୈଠକରେ ଯୋଗ ଦେଇ ଥିଲେ। ବୈଠକ ସାରି ଫେରିବା ବେଳେ ତାଙ୍କ ଉପରେ ଆକ୍ରମଣ କରାଯାଇଥିଲା।

ସୂଚନାଯୋଗ୍ୟ, ଗତକାଲି ବିଜେଡି କାଉନସିଲର ସୁମିତ୍ରା ଭୋଇଙ୍କୁ ଦୁର୍ବୃତ୍ତମାନେ ମାଡ଼ ମାରିଥିଲେ। ତାଙ୍କ ଭାଇଙ୍କୁ କିଛି ଦୁର୍ବୃତ୍ତ ମାଡ଼ ମାରୁଥିବା ଖବର ପାଇ ସୁମିତ୍ରା ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଫଳରେ ଦୁର୍ବୃତ୍ତମାନେ ତାଙ୍କ ଭାଇଙ୍କ ସହ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ। ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଆକ୍ରମଣ କରାଯାଇଥିବା ସୁମିତ୍ରା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos