ଢେଙ୍କନାଳ: ଚିକିତ୍ସା ଅବହେଳାରୁ ପ୍ରସୂତି ମହିଳାଙ୍କ ମୃତ୍ୟୁ ଅଭିଯୋଗ

କାମାକ୍ଷାନଗର: ଠିକ୍ ସମୟରେ ୧୦୨ ଆମ୍ୱୁଲାନ୍ସ  ନ ପହଞ୍ଚିବା ଓ  ଉପଯୁକ୍ତ ଚିକିତ୍ସା ନ ମିଳିବାରୁ  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନନ୍ତପୁର ଗାଁର ବିପିନି ମଲ୍ଲିକ୍‌ଙ୍କ ସ୍ତ୍ରୀ ରଞ୍ଜିତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଠିକ୍ ସମୟରେ ଆମ୍ୱୁଲାନ୍ସ  ନ ପହଞ୍ଚିବାରୁ ରଞ୍ଜିତାଙ୍କୁ ଏକ ଅଟୋରେ ଭୁବନ ଅଣାଯାଇଥିଲା। ରଞ୍ଜିତା ସେଠାରେ ଚିକିତ୍ସା […]

death

death

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 09:45 AM IST

Sports

Latest News

କାମାକ୍ଷାନଗର: ଠିକ୍ ସମୟରେ ୧୦୨ ଆମ୍ୱୁଲାନ୍ସ  ନ ପହଞ୍ଚିବା ଓ  ଉପଯୁକ୍ତ ଚିକିତ୍ସା ନ ମିଳିବାରୁ  ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନନ୍ତପୁର ଗାଁର ବିପିନି ମଲ୍ଲିକ୍‌ଙ୍କ ସ୍ତ୍ରୀ ରଞ୍ଜିତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ଲୋକେ ୧୦୨ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଠିକ୍ ସମୟରେ ଆମ୍ୱୁଲାନ୍ସ  ନ ପହଞ୍ଚିବାରୁ ରଞ୍ଜିତାଙ୍କୁ ଏକ ଅଟୋରେ ଭୁବନ ଅଣାଯାଇଥିଲା। ରଞ୍ଜିତା ସେଠାରେ ଚିକିତ୍ସା ନ ପାଇବାରୁ  ମଠକରଗୋଳା ମେଡିକାଲକୁ ଆଣିବା ପରେ ସେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ଗୁରୁତର ହୋଇପଡିଥିଲେ। ସେଠାରେ ମଧ୍ୟ ଚିକିତ୍ସା ସୁବିଧା ନ ମିଳିବାରୁ ତାଙ୍କୁ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ହେଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos