ଜଣେ ଚାଷୀ ଜୀବନ ହାରିଲେ, ଆଉ ଜଣେ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ସଦର ବ୍ଲକ୍ ବେଲସିକିରି ଗାଁର ଅଶ୍ୱିନୀ ସାହୁ।  ଅଶ୍ୱିନୀଙ୍କ ଘର ପଛ ବାଡ଼ିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ସେ ଋଣ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ।  କିନ୍ତୁ ଧାନ ଫସଲ ନଷ୍ଟ ହେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଖଣ୍ଡିଆବନ୍ଧ […]

Rakesh Mallick
  • Published: Wednesday, 13 September 2017
  • Updated: 13 September 2017, 12:36 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ସଦର ବ୍ଲକ୍ ବେଲସିକିରି ଗାଁର ଅଶ୍ୱିନୀ ସାହୁ।  ଅଶ୍ୱିନୀଙ୍କ ଘର ପଛ ବାଡ଼ିରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ସେ ଋଣ କରି ୪ ଏକର ଜମିରେ ଧାନ ଫସଲ କରିଥିଲେ।  କିନ୍ତୁ ଧାନ ଫସଲ ନଷ୍ଟ ହେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଖଣ୍ଡିଆବନ୍ଧ ଗାଁରେ ମଧ୍ୟ ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନାଁ ଆର୍ତ୍ତବନ୍ଧୁ ରାଉତ।  ସେ ଋଣ କରି ୮ ଏକର ଜମିରେ ଧାନ ଚାଷ କରିଥିଲେ।  କିନ୍ତୁ ଧାନଫସଲ ନଷ୍ଟ ହେବାରୁ ସେ ବିଲରେ ବିଷ ପିଇ ଦେଇଥିଲେ ବୋଲି ତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି।  ଗୁରୁତର ଅବସ୍ଥାରେ ଢେଙ୍କାନାଳ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos