ଢେଙ୍କାନାଳ: ପାଳଭାଡ଼ିରେ ଜଳି ଗଲେ ୨ ଶିଶୁ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କରଡ଼ାପାଳ ଗାଁରେ ମଙ୍ଗଳବାର ରାତିରେ ପାଳ ଭାଡ଼ିରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେମାନେ ହେଲେ ରାଉଳ ହାଂସଦା ଏବଂ ବାସନ୍ତୀ ମୁର୍ମୁ। ଉଭୟଙ୍କ ବୟସ ପ୍ରାୟ ପାଞ୍ଚ ବର୍ଷ ହେବ । ଗତକାଲି ଗାଁର କରୁଣାକର ହାଂସଦା ନାମକ ଜଣେ ବ୍ୟକ୍ତିଙ୍କ ପାଳ ଭାଡ଼ିରେ ଅଗ୍ନିକାଣ୍ଡ ଘଟିଥିଲା।

ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲା। ତେବେ ରାତିରେ କରୁଣାକରଙ୍କ ପୁଅ ଏବଂ ଦିଲ୍ଲୀପ ମୁର୍ମୁଙ୍କ ଝିଅ ନ ମିଳିରୁ ଖୋଜାଖୋଜି କରିଥିଲେ । ପରେ ନିଆଁ ଲାଗିଥିବା ପାଳଭାଡ଼ିରେ ଖୋଜାଖୋଜି କରିଥିଲେ। ସେଠାରେ ଉଭୟ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏନେଇ ଉଭୟ ପରିବାର ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରୁଛି।