ରୋଗୀ-ମେଡିକାଲ ଟିମ୍‌ ମଝିରେ ଉଛୁଳା ନାଳ; ଜରି ପୁଡ଼ିଆରେ ଓଷଦ ଫିଙ୍ଗିଲେ

ନବରଙ୍ଗପୁର (ନବଘନ ବିଷୋୟୀ): ‘କାହାର କିଛି ଅସୁବିଧା ଅଛି କି? ଆମେ ମେଡିକାଲ ଟିମ୍‌ ନାଳ ଏପଟରେ ଅଛୁ। ପାଣି ବଢ଼ୁଥିବାରୁ ନାଳ ପାରି ହୋଇ ଯାଇପାରୁନୁ। ଆପଣମାନେ ଫୋନ୍ ଯୋଗେ ଆମକୁ କଣ୍ଟାକ୍ଟ କରିପାରିବେ। ଅଙ୍ଗନବାଡ଼ି ଦିଦିଙ୍କ ପାଖରେ ଆମ ନମ୍ବର ରହିଛି। ଆମେ ଏଇଠୁ ଜଗିଛୁ। କିଛି ଅସୁବିଧା ହେଲା ଆମକୁ ଜଣାନ୍ତୁ”।  ରୋଗୀ-ଡାକ୍ତରଙ୍କ ମଝିରେ ପ୍ରତିବନ୍ଧକ ସାଜିଛି ଉଛୁଳା ନାଳ। ପାଣି ଅଧିକ ଥିବାରୁ ନାଳ ପାରି ହୋଇ ରୋଗୀଙ୍କ ପାଖରେ ପହଞ୍ଚି […]

river

river

Tapaswini Nayak
  • Published: Monday, 08 August 2022
  • Updated: 08 August 2022, 05:07 PM IST

Sports

Latest News

ନବରଙ୍ଗପୁର (ନବଘନ ବିଷୋୟୀ): ‘କାହାର କିଛି ଅସୁବିଧା ଅଛି କି? ଆମେ ମେଡିକାଲ ଟିମ୍‌ ନାଳ ଏପଟରେ ଅଛୁ। ପାଣି ବଢ଼ୁଥିବାରୁ ନାଳ ପାରି ହୋଇ ଯାଇପାରୁନୁ। ଆପଣମାନେ ଫୋନ୍ ଯୋଗେ ଆମକୁ କଣ୍ଟାକ୍ଟ କରିପାରିବେ। ଅଙ୍ଗନବାଡ଼ି ଦିଦିଙ୍କ ପାଖରେ ଆମ ନମ୍ବର ରହିଛି। ଆମେ ଏଇଠୁ ଜଗିଛୁ। କିଛି ଅସୁବିଧା ହେଲା ଆମକୁ ଜଣାନ୍ତୁ”। 

ରୋଗୀ-ଡାକ୍ତରଙ୍କ ମଝିରେ ପ୍ରତିବନ୍ଧକ ସାଜିଛି ଉଛୁଳା ନାଳ। ପାଣି ଅଧିକ ଥିବାରୁ ନାଳ ପାରି ହୋଇ ରୋଗୀଙ୍କ ପାଖରେ ପହଞ୍ଚି ପାରୁ ନାହାଁନ୍ତି ମେଡିକାଲ ଟିମ୍। ତେଣୁ ନାଳ ଆରପଟେ ଗାଁରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଏପରି କହି ସାନ୍ତ୍ୱନା ଦେଉଛନ୍ତି। ତା'ସହିତ ଜରି ପୁଡ଼ିଆରେ ନାଳ ଆରପଟକୁ ମେଡିସିନ୍‌  ଫୋପାଡୁଛନ୍ତି। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁଲର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ତୁଳସୀପଦର ଗାଁରେ।

[caption id="attachment_755787" align="aligncenter" width="650"]nabarangpur ମେଡିସିନ ଫୋପାଡୁଛନ୍ତି ମେଡିକାଲ ଟିମ୍‌[/caption]

ତୁଳସୀପଦର ଗାଁରେ ଗତ ସପ୍ତାହେ ହେଲା ଝାଡ଼ାବାନ୍ତି ବ୍ୟାପିଛି। ଗାଁର ୨୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା ବେଳେ ୭ ଜଣ ଭିନ୍ନ ଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟମାନେ ଗାଁରେ ଅଛନ୍ତି। ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଟିମ୍ ଗତ ୨ ତାରିଖରୁ ପ୍ରତିଦିନ ଗାଁକୁ ଯାଇ ସେମାନଙ୍କ ଚିକିତ୍ସା କରୁଛନ୍ତି। ରବିବାର ମଧ୍ୟ ମେଡିକାଲ ଟିମ୍ ତୁଳସୀପଦର ଅଭିମୁଖେ ଯାଇଥିଲେ। କିନ୍ତୁ ବାଟରେ ପଡ଼ୁଥିବା ନାଳ ସେମାନଙ୍କୁ ଗାଁରେ ପହଞ୍ଚିବାକୁ ଦେଇ ନଥିଲା। ଲଗାଣ ବର୍ଷା ଯୋଗୁ ନାଳରେ ଜଳସ୍ତର ବଢ଼ି ଯାଇଥିଲା। ନାଳ ପାର ହେବା ସେମାନଙ୍କ ପାଇଁ ସମ୍ଭବପର ହୋଇନଥିଲା। ତେଣୁ ଶେଷରେ ମେଡିକାଲ ଟିମ୍‌ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରିବା ସହ ଜରିରେ ଔଷଧ ପୁଡ଼ିଆ କରି ନଦୀ ଆରପଟକୁ ଫୋପାଡ଼ି ଥିଲେ। ଲୋକମାନେ ମଧ୍ୟ ମେଡିକାଲ୍‌ ଟିମ୍‌ର କଥା ମାନିବା ସହ ମେଡିସିନ୍ ନେଇଥିଲେ।

ପୁରୁଣା ସମସ୍ୟା, କେହି ଶୁଣୁ ନାହାନ୍ତି

ତୁଳସୀପଦର ଗାଁକୁ ଯିବାକୁ ହେଲେ ଜାତୀୟ ରାଜପଥଠାରୁ ପ୍ରାୟ ଦେଢ଼ କିମି କଚ୍ଚା ରାସ୍ତାରେ ଯିବାକୁ ହୁଏ। ଆଉ ବାଟରେ ପଡ଼େ ଏହି ନାଳ। ନାଳଟି ଅନ୍ୟ ଦିନେ ଶୁଖିଲା ରହେ। କିନ୍ତୁ ବର୍ଷା ଦିନେ ଏଥିରେ ଅଧିକାଂଶ ସମୟ ପାଣି ପ୍ରବାହିତ ହୁଏ। ଅଧିକ ବର୍ଷା ବା ଲଗାଣ ବର୍ଷା ହେଲେ ନାଳ ଉଛୁଳି ଯାଏ। ଫଳରେ ଆଉ ନାଳ ଦେଇ ଯା'ଆସ କରି ହୁଏ ନାହିଁ। ସେହି ସମୟରେ ତୁଳସୀପଦର ଗାଁ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଏ। ଏହି ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏଥର ସରକାରୀ କର୍ମଚାରୀମାନେ ଏହି ନାଳ ପାଇଁ ନିଜେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହୁଏତ ପ୍ରଶାସନ ଓ ସରକାର ଏବେ ଚେତିବେ ଓ ସେଠାରେ ପୋଲଟିଏ ନିର୍ମାଣ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos