ତେଲ ତାତି ଧୋଇନେଲା ଫ୍ଲାଏ ଓଭର ଟ୍ରାଜେଡ଼ି ଆଲୋଚନା: ବିଜେପି କହିଲା ଉଭୟଙ୍କ ଭିତରେ ହୋଇଛି ଡିଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାରେ ତେଲ ତାତି ଆଜି ଧୋଇଦେଲା ଓଭରବ୍ରିଜ୍ ଭୁଶୁଡ଼ିବା ଆଲୋଚନା। କଂଗ୍ରେସ୍ ବିଧାୟକଙ୍କ ହଙ୍ଗାମା ଯୋଗୁଁ ଏହା ଆଲୋଚନାକୁ ଆସିପାରିଲା ନାହିଁ। ତୈଳ ଦର ବୃଦ୍ଧି ନେଇ କେନ୍ଦ୍ର ବିରୋଧରେ ଆଜି  ବିଧାନସଭାରେ ଉଭୟ କଂଗ୍ରେସ୍ ଓ ବିଜେଡିର ସ୍ୱର ଥିଲା ଏକ।

ସ୍ୱାଭାବିକ ଥିଲା ପ୍ରଶ୍ନକାଳ। ସୁରୁଖୁରୁରେ ଚାଲିଲା ୫୮ ମିନିଟ୍ ଆଲୋଚନା। ହେଲେ ପ୍ରଶ୍ନକାଳ ସରିବାର ୨ ମିନିଟ୍ ପୂର୍ବରୁ କିନ୍ତୁ ବଦଳିଗଲା କଂଗ୍ରେସ୍ ବିଧାୟକଙ୍କ ମୁଡ୍। କେନ୍ଦ୍ର ବିରୋଧରେ ସ୍ଳୋଗାନ ଦେଇ ଗୃହ ମଧ୍ୟଭାଗକୁ ଆସି କଲେ ହଟ୍ଟଗୋଳ। ବିଜେଡି ବିଧାୟକମାନେ ବି ନିଜ ଆସନରେରେ ଛିଡ଼ା ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଳୋଗାନ ଦେଇଥିଲେ। ହୋହଲ୍ଲା ଯୋଗୁଁ ଗୃହକୁ ଅପରାହ୍ନ ୩ ଯାଏଁ ମୁଲତବି କରିଦେଲେ ବାଚସ୍ପତି। ଫଳରେ କଂଗ୍ରେସ୍ ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ନେଇ ଦେଇଥିବା ମୁଲତବୀ ନୋଟିସ୍ ଉପରେ ଆଲୋଚନା ହୋଇପାରିଲା ନାହିଁ। ଏଥିପାଇଁ ଉଭୟ କଂଗ୍ରେସ୍ ଓ ବିଜେଡିକୁ ଦାୟୀ କରିବା ସହ ଉଭୟଙ୍କ ଭିତରେ ଡିଲ୍ ହୋଇଥିବା ଅଭିଯୋଗ ଆଣିଛି ବିଜେପି।

ଆହୁରି ପଢ଼ନ୍ତୁ

ସେ ଝିଅର ବୟଫ୍ରେଣ୍ଡ ମୋତେ ଫସାଇଦେଲା

ଅବସର ପରେ ପୁନଃ ନିଯୁକ୍ତିକୁ କେନ୍ଦ୍ରମନ୍ତ୍ରୀଙ୍କ ନାପସନ୍ଦ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

ରାଉରକେଲାରେ କୋଭିଡ୍ କେୟାର ଓ ଟିଏମ୍‌ସି ସେଣ୍ଟରରେ ବେଡ୍ ବଢ଼ିଲା

କରୋନା: ଡାକ୍ତର ଓ ପାରାମେଡିକାଲ କର୍ମଚାରୀଙ୍କୁ ମିଳିବ ଦୈନିକ ୨୪୦ଟଙ୍କାର ଖାଦ୍ୟ ଭତ୍ତା

ଖଣି ପାଇଁ ପଦା ହେବାକୁ ଯାଉଛି ଶାଳ ଜଙ୍ଗଲ

କଂଗ୍ରେସରେ ପୁଣି ସକ୍ରିୟ ହେଲେ ଚିରଞ୍ଜିବ

୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ମୋ ପାଇଁ ଏ ଦ୍ୱାର କାହିଁକି ବନ୍ଦ ? ମୁଁ ବଞ୍ଚିବାକୁ ଚାହେଁ…

ବ୍ରହ୍ମପୁର ଟାଉନ୍‌ ପ୍ରବେଶ ପଥ ସିଲ୍‌

ସରକାର ଦେଲେ ଅନୁମତି: ଖୋଲିପାରିବେ କୋଭିଡ୍ କେୟାର ହୋମ୍ ଓ ସେଣ୍ଟର

ଥାନାରୁ ଚମ୍ପଟ୍‌ ମାରୁଥିଲା ଦୁଷ୍କର୍ମ ଅଭିଯୁକ୍ତ, ଚଢ଼ିଗଲା ଟ୍ରକ

ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ