ବାରହା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ: ବାରହା ଆକ୍ରମଣରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଆମ୍ୱପଡ଼ା ଗାଁର କୋଦଣ୍ଡ ମଲ୍ଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ମୁକୁନ୍ଦପୁର ଗ୍ରାମର ବଂଶୀଧର ସାମଲ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ବଂଶୀଧରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଫସଲ ଜଗିବାକୁ ଯାଇଥିବା ବେଳେ ବାରହା ସେମାନଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥାଳରେ କୋଦଣ୍ଡଙ୍କ ମୃତ୍ୟୁ ଘଟିଥିବା ବେଳେ ବଂଶୀଧର ଗୁରୁତର ଆହତ ହୋଇଥିଲେ।