ଡାକ୍ତର ନିଯୁକ୍ତି ଦାବିରେ ୧୨ ଘଣ୍ଟିଆ ଭୁବନ ବନ୍ଦ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଆଞ୍ଚଳିକ ନାଗରିକ ୟୁନିୟନ୍‌ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୂବନ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ଏନ୍‌ଏଚ୍‌-୫୩କୁ ମଧ୍ୟ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି। ଭୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଥିବାରୁ ଏ ନେଇ ସ୍ଥାନୀୟ ଲୋକେ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଏହାର ପ୍ରତିବାଦରେ  ବନ୍ଦ ଡାକରା ଦିଆଯାଇଛି। […]

bhubna

bhubna

Rakesh Mallick
  • Published: Saturday, 13 August 2016
  • Updated: 13 August 2016, 03:49 PM IST

Sports

Latest News

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ଭୁବନ ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବିରେ ଆଞ୍ଚଳିକ ନାଗରିକ ୟୁନିୟନ୍‌ ପକ୍ଷରୁ ଆଜି ୧୨ ଘଣ୍ଟିଆ ଭୂବନ ବନ୍ଦ ଡାକରା ଦିଆଯାଇଛି। ଫଳରେ ଦୋକାନ ବଜାର ବନ୍ଦ ରହିଛି। ଏନ୍‌ଏଚ୍‌-୫୩କୁ ମଧ୍ୟ ସ୍ଥାନୀୟ ଲୋକେ ଅବରୋଧ କରିଛନ୍ତି।

ଭୁବନ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ଥିବାରୁ ଏ ନେଇ ସ୍ଥାନୀୟ ଲୋକେ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ କର୍ଣ୍ଣପାତ ନ କରିବାରୁ ଏହାର ପ୍ରତିବାଦରେ  ବନ୍ଦ ଡାକରା ଦିଆଯାଇଛି।

ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ଶତୃଘ୍ନ ଜେନା କହିଛନ୍ତି,“ବଡ଼ ଦୁଃଖର କଥା ଦୀର୍ଘ ଦିନ ଧରି ଭୁବନ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ରୋଗୀମାନଙ୍କୁ ଠିକ୍‌ ସେବା ମିଳୁ ନାହିଁ। ଗରିବ ଲୋକମାନେ କଟକ ଓ ଭୁବନେଶ୍ୱର ଯାଇ ଚିକିତ୍ସିତ ହେବା ସମ୍ଭବ ନୁହେଁ। କାମାକ୍ଷାନଗର ବିଧାୟକଙ୍କୁ ଅନେକ ଥର ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରି ନାହିଁ। ତେଣୁ ଆଜି ସମସ୍ତ ଜନସାଧାରଣ ଏକାଠି ହୋଇ ବନ୍ଦ ପାଳନ କରୁଛନ୍ତି।”

ସୁରକ୍ଷା ଦୃଷ୍ଟିରୁ ସହରରେ ବ୍ୟାପକ ପୋଲିସ୍‌ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos