ବଣ୍ଡା ମହିଳାଙ୍କୁ ଲାଞ୍ଚ ଟଙ୍କା ଫେରାଇଲେ ଡାକ୍ତର

ମାଲକାନଗିରି: ମାଲକାନଗିରିରେ ଜଣେ ପ୍ରସୂତୀ ବଣ୍ଡା ମହିଳାଙ୍କ ପାଖରୁ ଚିକିତ୍ସା କରୁଥିବା ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଡାକ୍ତର ନିର୍ମଳ ନାୟକ ସିଡିଏମ୍‌ଓଙ୍କ ସମ୍ମୁଖରେ ସମ୍ପୃକ୍ତ ମହିଳାଙ୍କୁ ନେଇଥିବା ସାଢେ ତିନି ହଜାର ଟଙ୍କା ଫେରାଇଛନ୍ତି। ଅସ୍ତ୍ରୋପଚାର ଲାଗି ମାଲକାନାଗିରି ଡାକ୍ତରଖାନାକୁ ଆସିଥିବା ବଣ୍ଡା ମହିଳାଙ୍କଠାରୁ ଡାକ୍ତର ନିର୍ମଳ ୫ ହଜାର ଟଙ୍କା ଦାବି କରିଥିଲେ। ମହିଳାଙ୍କ ସ୍ୱାମୀ […]

malkangiri

malkangiri

Rakesh Mallick
  • Published: Thursday, 11 May 2017
  • Updated: 11 May 2017, 11:54 AM IST

Sports

Latest News

ମାଲକାନଗିରି: ମାଲକାନଗିରିରେ ଜଣେ ପ୍ରସୂତୀ ବଣ୍ଡା ମହିଳାଙ୍କ ପାଖରୁ ଚିକିତ୍ସା କରୁଥିବା ଡାକ୍ତର ଲାଞ୍ଚ ନେଇଥିବା ଅଭିଯୋଗ ହେବା ପରେ ଏହି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି। ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଡାକ୍ତର ନିର୍ମଳ ନାୟକ ସିଡିଏମ୍‌ଓଙ୍କ ସମ୍ମୁଖରେ ସମ୍ପୃକ୍ତ ମହିଳାଙ୍କୁ ନେଇଥିବା ସାଢେ ତିନି ହଜାର ଟଙ୍କା ଫେରାଇଛନ୍ତି।

ଅସ୍ତ୍ରୋପଚାର ଲାଗି ମାଲକାନାଗିରି ଡାକ୍ତରଖାନାକୁ ଆସିଥିବା ବଣ୍ଡା ମହିଳାଙ୍କଠାରୁ ଡାକ୍ତର ନିର୍ମଳ ୫ ହଜାର ଟଙ୍କା ଦାବି କରିଥିଲେ। ମହିଳାଙ୍କ ସ୍ୱାମୀ ଧାର ଉଧାର କରି ସାଢେ ତିନି ହଜାର ଟଙ୍କା ଦେଇଥିଲେ। ପରେ ପରିବାର ଲୋକେ ଏସମ୍ପର୍କରେ ସିଡିଏମଓଙ୍କୁ ଜଣାଇଥିଲେ। ଅଭିଯୋଗ ପାଇବା ପରେ ସିଡିଏମ୍‌ଓ ଘଟଣାର ତଦନ୍ତ କରିଥିଲେ। ଘଟଣାର ସତ୍ୟାସତ ଜଣାପଡିବା ପରେ ସିଡିଏମ୍‌ଓ ଡାକ୍ତରଙ୍କୁ ଚିକିତ୍ସାଳୟରୁ ହଟାଇ ତାଙ୍କ ଅଫିସରେ ଆଟାଚ୍ କରିଥିଲେ।

ଜଣେ ଡାକ୍ତର ଲାଞ୍ଚ ନେବା ପରି ଅଭିଯୋଗରେ ସତ୍ୟାସତ୍ୟ ଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚିକିତ୍ସାଳୟରୁ ହଟାଇ ନିଆଯିବାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଏପରି କାର୍ଯ୍ୟାନୁଷ୍ଠାନ ନାମକୁ ମାତ୍ର ବୋଲି ସାଧାରଣରେ ଅଭିଯୋଗ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos