ଦିଲ୍ଲୀରେ ଓଡ଼ିଆ ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ରାମ ମନୋହର ଲୋହିୟା ହସ୍ପିଟାଲରେ ଆନାସ୍ଥେସିଆ ବିଭାଗର ଓଡ଼ିଆ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଓ ସୁଇସାଇଡ୍‌ ନୋଟ୍‌ ଦିଲ୍ଲୀ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି। ସିଦ୍ଧାର୍ଥଙ୍କ ଘର ପୁରୀ ଜିଲ୍ଲାରେ। ସେ ରାଜେନ୍ଦ୍ର ନଗରରେ ଏକ ଘରେ ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସହ […]

Rakesh Mallick
  • Published: Monday, 18 September 2017
  • Updated: 18 September 2017, 11:32 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିଲ୍ଲୀ ରାମ ମନୋହର ଲୋହିୟା ହସ୍ପିଟାଲରେ ଆନାସ୍ଥେସିଆ ବିଭାଗର ଓଡ଼ିଆ ଡାକ୍ତର ସିଦ୍ଧାର୍ଥ ଶଙ୍କର ମହାପାତ୍ରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଓ ସୁଇସାଇଡ୍‌ ନୋଟ୍‌ ଦିଲ୍ଲୀ ପୋଲିସ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୋଲିସ ସନ୍ଦେହ କରୁଛି।

ସିଦ୍ଧାର୍ଥଙ୍କ ଘର ପୁରୀ ଜିଲ୍ଲାରେ। ସେ ରାଜେନ୍ଦ୍ର ନଗରରେ ଏକ ଘରେ ଅନ୍ୟ ଦୁଇ ଜଣ ଡାକ୍ତରଙ୍କ ସହ ରହୁଥିଲେ। ସମସ୍ତେ ରାମ ମନୋହର ଲୋହିୟା ହସ୍ପିଟାଲ(ଆର୍‌ଏମ୍‌ଏଲ୍‌)ରେ ଚାକିରି କରନ୍ତି। ଗତକାଲି ରାତି ସିଦ୍ଧାର୍ଥ ଏକକୀ ଘରେ ଥିବା ବେଳେ ତାଙ୍କର ଜଣେ ସାଙ୍ଗ ଝାଡ଼ଖଣ୍ଡ ସ୍ଥିତ ନିଜ ଘରକୁ ଯାଇଥିଲେ। ଅନ୍ୟ ଜଣେ ଡାକ୍ତରଙ୍କର ଆର୍‌ଏମ୍‌ଏଲ୍‌ରେ ନାଇଟ୍‌ ସିପ୍ଟ ଥିଲା। ଆଜି ସକାଳେ ଡାକ୍ତର ଜଣକ ଘାରକୁ ଫେରି ସିଦ୍ଧାର୍ଥଙ୍କ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଏମ୍‌ଏଲ୍‌କୁ ପଠାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos