ପୁଞ୍ଜିଲାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହେଲା

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଟଣାଗଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗତକାଲି ଦ୍ୱିତୀୟ ଥର ପାଇଁ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚକୁ ନିଜ ଅପରାଧର ଡେମୋ ଦେଖାଇବେ ପୁଞ୍ଜିଲାଲ। ପ୍ରଥମେ ପୁଞ୍ଜିଲାଲକୁ ଧରି ଭଇଁଷା କଲେଜକୁ ନେଇପାରେ କ୍ରାଇମବ୍ରାଞ୍ଚ। କାରଣ ନିଜର ମିଶନ ଆରମ୍ଭ କରିବା ପୂର୍ବରୁ ସେ ପ୍ରଥମେ ଏକ କ୍ଲାସ ଆଟେଣ୍ଡ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ସିଧାସଳଖ […]

patanagarh

patanagarh

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 12:16 PM IST

Sports

Latest News

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ପାର୍ସଲ ବୋମା ଘଟଣାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପାଟଣାଗଡ଼ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଗତକାଲି ଦ୍ୱିତୀୟ ଥର ପାଇଁ ପୁଞ୍ଜିଲାଲଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ୫ ଦିନିଆ ରିମାଣ୍ଡ ଅବଧି ମଧ୍ୟରେ କ୍ରାଇମବ୍ରାଞ୍ଚକୁ ନିଜ ଅପରାଧର ଡେମୋ ଦେଖାଇବେ ପୁଞ୍ଜିଲାଲ।

ପ୍ରଥମେ ପୁଞ୍ଜିଲାଲକୁ ଧରି ଭଇଁଷା କଲେଜକୁ ନେଇପାରେ କ୍ରାଇମବ୍ରାଞ୍ଚ। କାରଣ ନିଜର ମିଶନ ଆରମ୍ଭ କରିବା ପୂର୍ବରୁ ସେ ପ୍ରଥମେ ଏକ କ୍ଲାସ ଆଟେଣ୍ଡ କରିଥିଲେ। ଏହାପରେ ସେଠାରୁ ତାଙ୍କୁ ସିଧାସଳଖ କଣ୍ଟାବାଞ୍ଜି ଓ ତା’ପରେ ରାୟପୁର ନିଆଯାଇପାରେ।

୬ ଦିନିଆ ରିମାଣ୍ଡରେ ନେଇ ପୁଞ୍ଜିଲାଲଙ୍କଠୁ ଯେଉଁ ସବୁ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ ସେହି ତଥ୍ୟ ଆଧାରରେ ହେବ ଡେମୋ ପ୍ରଦର୍ଶନ। ରାୟପୁରରେ ଯେଉଁ ସବୁ ରୁଟ୍‌ ଦେଇ ସେ ଏକ ରିକ୍ସାରେ ବସି ଡିଟିଡିସି ଏବଂ ପରେ ଅଟୋରେ ସ୍କାଏକିଙ୍ଗ କୋରିୟରକୁ ଯାଇଥିଲେ ସେହି ରୁଟ୍‌ରେ କ୍ରାଇମବ୍ରାଞ୍ଚ ସହ ଯାଇ ଡେମୋ ଦେଖାଇବେ ପୁଞ୍ଜିଲାଲ୍। ଆଉ ସମସ୍ତ ଡେମୋର ଭିଡ଼ିଓଗ୍ରାଫି କରିବ କ୍ରାଇମବ୍ରାଞ୍ଚ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos