ନାରଦଙ୍କ ପ୍ରଶ୍ନ, ଭକ୍ତ କିଏ?

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ଭକ୍ତ କିଏ ? ଏହାକୁ ନେଇ ଭଗବାନ ବିଷ୍ଣୁ ଓ ନାରଦଙ୍କ ଭିତରେ ସର୍ତ୍ତ ଲାଗିଲା।  ଦୁଇ ଜଣ ମଣିଷ ରୂପରେ ମର୍ତ୍ତ୍ୟକୁ ଆସି ମଣିଷକୁ ନେଇ ଅନେକ ପରୀକ୍ଷା କଲେ। ପରିଶେଷରେ ନାରଦଙ୍କୁ ହୃଦ୍‌ବୋଧ ହେଲା ଯେ, ସଦାସର୍ବଦା କେବଳ ପୂଜାପାଠ କରୁଥିବା ମଣିଷ ଭଗବନାଙ୍କ ଶ୍ରେଷ୍ଠ ଭକ୍ତ ନୁହେଁ, ବରଂ କର୍ତ୍ତବ୍ୟରେ ଅବହେଲା କରୁ ନ ଥିବା ବ୍ୟକ୍ତି ହିଁ ହେଉଛି ଭଗବାନଙ୍କ ପ୍ରକୃତ ଭକ୍ତ। ଏହି ଥିମ୍‌ରେ ପରିବେଷିତ […]

cvv

cvv

Rakesh Mallick
  • Published: Friday, 26 January 2018
  • Updated: 26 January 2018, 07:56 PM IST

Sports

Latest News

ଓଡିଶା ରିପୋର୍ଟର(ସସ୍ମିତା ସାହୁ): ଭକ୍ତ କିଏ ? ଏହାକୁ ନେଇ ଭଗବାନ ବିଷ୍ଣୁ ଓ ନାରଦଙ୍କ ଭିତରେ ସର୍ତ୍ତ ଲାଗିଲା।  ଦୁଇ ଜଣ ମଣିଷ ରୂପରେ ମର୍ତ୍ତ୍ୟକୁ ଆସି ମଣିଷକୁ ନେଇ ଅନେକ ପରୀକ୍ଷା କଲେ। ପରିଶେଷରେ ନାରଦଙ୍କୁ ହୃଦ୍‌ବୋଧ ହେଲା ଯେ, ସଦାସର୍ବଦା କେବଳ ପୂଜାପାଠ କରୁଥିବା ମଣିଷ ଭଗବନାଙ୍କ ଶ୍ରେଷ୍ଠ ଭକ୍ତ ନୁହେଁ, ବରଂ କର୍ତ୍ତବ୍ୟରେ ଅବହେଲା କରୁ ନ ଥିବା ବ୍ୟକ୍ତି ହିଁ ହେଉଛି ଭଗବାନଙ୍କ ପ୍ରକୃତ ଭକ୍ତ।

ଏହି ଥିମ୍‌ରେ ପରିବେଷିତ ହୋଇଛି ଗଜୁରାଟି ନାଟକ “ଚଲ ଲଗା ସର୍ତ୍ତ” । ବଲାଙ୍ଗିର କୋଶଲ ମଣ୍ଡଳ ପଡିଆରେ ଚାଲିଥିବା ୧୧ ତମ ମଠଖାଇ ମହୋତ୍ସବର ଉଦଯାପନୀ ସଂନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ଏହି ନାଟକ । ସୁରତ ମନ୍ଥନ ଥିଏଟର ପକ୍ଷରୁ ପରିବେଷିତ ଏହି ନାଟକକୁ ରଚନା କରିଥିଲେ ପ୍ରଫୁଲ୍ଲ ଭାସ୍କର। ପଙ୍କଜ ପାଠକଙ୍କ ନିର୍ଦ୍ଦେଶିତ ଏହି ନାଟକରେ ଜୀବନରେ ସଫଳତା ପାଇବାକୁ ହେଲେ ମଣିଷକୁ ନିଜକୁ ନିଜେ ଉଦ୍ୟମ କରିବାକୁ ପଡିଥାଏ ଓ ତା ପରେ ହିଁ ଭଗବାନ ସାହାଯ୍ୟ କରିଥାନ୍ତି ବୋଲି ସନ୍ଦେସ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୧ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ସାଂସ୍କୃତିକ ଅନୁଷ୍ଠାନ ଭୂମିକା ଦ୍ୱାରା ଅନୁଷ୍ଠିତ ହୋଇଥିଲା ୧୧ ତମ ମଠଖାଇ ମହୋତ୍ସବ । ଗୁରୁବାର ଉଦ୍‌ଯାପନୀ ସଂନ୍ଧ୍ୟାରେ ଦର୍ଶକଙ୍କ ମନମୋହିଥିଲା ଭୂବନେଶ୍ୱରର ଗୁରୁ ରୂପଶ୍ରୀ ମହାପାତ୍ରଙ୍କ ମାହାରୀ ନୃତ୍ୟ । ମହୋତ୍ସବର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ପଞ୍ଚାନନ ମିଶ୍ର ଯୋଗଦେଇଥିଲେ । ଉଦ୍‌ଯାପନୀ ସଂନ୍ଧ୍ୟାରେ ବିଶିଷ୍ଟ ଔପନ୍ୟାସିକ  ସ୍ୱର୍ଗତ ବ୍ରଜବିହାରୀ ବହିଦାରଙ୍କୁ ମରଣୋତ୍ତର ମଠଖାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଉଦ୍‌ଯାପନୀ ମଞ୍ଚକୁ  କଳାକାର ସ୍ୱର୍ଗତ ରୁକ୍ମଣୀ ମହାନ୍ତିଙ୍କ ସ୍ମୃତିରେ ସର୍ମପଣ କରାଯାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos