ବଲାଙ୍ଗିରରେ ଜମୁଛି ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ଭୂମିକା’ ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ। ଟିଭି ସିରିଏଲ ଏବଂ ସିନେମା ଦୁନିଆରେ ଧିରେ ଧୀରେ ନାଟ୍ୟ ପରମ୍ପରା ଲୋପ ପାଇବାରେ ବସିଛି। ଲୋକ କଳା ଓ ଲୋକ ସଂସ୍କୃତିକୁ ବଂଚାଇ ରଖିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୁଏ ଏହି ମଠଖାଇ ମହୋତ୍ସବ।  ରବିବାର ସକାଳୁ ସକାଳୁ ବଲାଙ୍ଗିର ସହର ଉପକଣ୍ଠରେ ଜଂଗଳ ପାହାଡ […]

Mathkhai_Natak__1_

Mathkhai_Natak__1_

Rakesh Mallick
  • Published: Monday, 22 January 2018
  • Updated: 22 January 2018, 07:47 PM IST

Sports

Latest News

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଭୂମିକା' ଦ୍ୱାରା କୋଶଳ କଳାମଣ୍ଡଳ ପଡିଆ ଠାରେ ଉଦଘାଟିତ ହୋଇଯାଇଛି ୧୧ ତମ ସର୍ବଭାରତୀୟ ବହୁଭାଷୀ ମଠଖାଇ ନାଟ୍ୟ ମହୋତ୍ସବ। ଟିଭି ସିରିଏଲ ଏବଂ ସିନେମା ଦୁନିଆରେ ଧିରେ ଧୀରେ ନାଟ୍ୟ ପରମ୍ପରା ଲୋପ ପାଇବାରେ ବସିଛି। ଲୋକ କଳା ଓ ଲୋକ ସଂସ୍କୃତିକୁ ବଂଚାଇ ରଖିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହୁଏ ଏହି ମଠଖାଇ ମହୋତ୍ସବ।  ରବିବାର ସକାଳୁ ସକାଳୁ ବଲାଙ୍ଗିର ସହର ଉପକଣ୍ଠରେ ଜଂଗଳ ପାହାଡ ଘେରା ମଠଖାଇ ମନ୍ଦିରରୁ ନାଟ୍ୟ ଜ୍ୟୋତିକୁ ଶୋଭାଯାତ୍ରାରେ କୋଶଳ କଳାମଣ୍ଡଳ ପଡିଆ ନିକଟକୁ ଅଣାଯାଇଥିଲା। ନାଟ୍ୟଜ୍ୟୋତିକୁ ସ୍ୱାଗତ କରିବା ସହିତ ଏହାକୁ ଗ୍ରହଣ କରି ମଂଚ ନିକଟରେ ସ୍ଥାପନ କରିଥିଲେ ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର। ନାଟ୍ୟ ସ୍ଥାପନ ହେବା ପରେ ଶ୍ରୀଯୁକ୍ତ ମିଶ୍ର ମଠଖାଇ ମହୋତ୍ସବକୁ ଆନୁଷ୍ଠାନିକ ଭାବରେ ଉଦଘାଟନ ଘୋଷଣା କରିଥିଲେ।  ତାପରେ ପରେ ଆରମ୍ଭ ହୋଇଥିଲ ରଂଗାରଂଗ ସାଂସ୍କୃତିକ ଶୋଭାଯାତ୍ରା। କୋଶଳ କଳାମଣ୍ଡଳ ପଡିଆ ଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରାଯାଇଥିଲା। ଶୋଭାଯାତ୍ରାରେ ଦୁଲ୍‌କି ଯାଇଥିଲା ସାରା ସହର। ଏହା ସହିତ ପରଭା, କିର୍ତ୍ତନ ଓ ଘଣ୍ଟବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ଝୁମିଥିଲେ ଦେଖଣାହାରୀ।

ସୂର୍ଯ୍ୟ ନଇଁ ଆସୁ ଆସୁ କୋଶଳ କଳାମଣ୍ଡଳ ପଡିଆ ଠାରେ ଆରମ୍ଭ ହୋଇଯାଇଥିଲା ମଠଖାଇ ମହୋତ୍ସବର ଉଦଘାଟନୀ। ସନ୍ଧ୍ୟାର ବିଭିନ୍ନ କାର୍ଯ୍ୟକ୍ରମ ପ୍ରଥମେ ଗୁରୁ ଘାସିରାମ ମିଶ୍ରଙ୍କ ଦ୍ୱାର ପରିବେଷିତ ହୋଇଥିଲା। ତବଲା ବାଦ୍ୟ  ଉପରେ ଗବେଷଣାତ୍ମକ କାର୍ଯ୍ୟକ୍ରମ, ଏହା ପରେ ପରେ ମାଲକାନଗିରିରୁ ଆସିଥିଲା ମାର୍ଶଲ ଏକାଡେମୀର ଛାତ୍ର ମାନେ ପରିବେଷଣ କରିଥିଲେ ବୁଦ୍ଧାୟନ ନୃତ୍ୟ। ଅନାଥ ଛାତ୍ର ମାନଙ୍କୁ ମାର୍ଶଲ ଆର୍ଟରେ ଚମତ୍କାର ନୃତ୍ୟ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା। ସାଂସ୍କୃତି କାର୍ଯ୍ୟକ୍ରମ ପରେ ଆରମ୍ଭ ହୋଇଥିଲା ଉଦଘାଟନୀ ସଭା। ଉଦଘାଟନୀ ସଭାରେ ଅତିଥି ଭାବରେ ଯୋଗଦେଇଥିଲେ କଣ୍ଟାବାଞ୍ଜି ବିଧାୟକ ଆୟୁବ ଖାଁ, ବଡମାଳ ଗୋଳାବାରୁଦ କାରଖାନାର ମହାପ୍ରବନ୍ଧକ ଗୋବିନ୍ଦ ମୋହନ ଏବଂ ସଂଗୀତ ଗବେଷକ ଗୁରୁ ଘାସିରାମ ମିଶ୍ର।  ସଭାରେ ସଭାପତିତ୍ୱ କରିଥିଲେ ମଠଖାଇ ମହୋତ୍ସବର ଅଧ୍ୟକ୍ଷ ତଥା ବିରୋଧଦଳ ନେତା ନରସିଂହ ମିଶ୍ର।  ଏହି ଅବସରରେ ଡାକ୍ତର ଓମକାର ହେତାଙ୍କୁ ମଠଖାଇ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ସହିତ ପଦ୍ମଶ୍ରୀ ଚର୍ତୁଭୁଜ ମେହେରଙ୍କ ଦ୍ୱାରା ବାନ୍ଧକଳାରେ ପ୍ରସ୍ତୁତ ମଠଖାଇ ଲୋଗୋକୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ପ୍ରଥମ ସନ୍ଧ୍ୟାର ମଂଚକୁ ସ୍ୱର୍ଗତ ସିନେ ଅଭିନେତା ଶଶି କପୂରଙ୍କ ନାଁରେ ସମର୍ପଣ କରାଯାଇଥିଲା।

ସଭା ପରେ ପରେ ଆରମ୍ଭ ହୋଇଥିଲା ପ୍ରଥମ ସନ୍ଧ୍ୟାର ନାଟକ।  ପ୍ରଥମ ସନ୍ଧ୍ୟାରେ ମୁମ୍ବାଇର ରାଏର ରିପୋଟାରୀରୁ କଳାକାର ପରିବେଷଣ କରିଥଲେ। ନାଟକ 'ପିଆନୋ' ନାଟକରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଥିଲେ ପ୍ରଖ୍ୟାତ ସିନେ କଳାକାର ରଘୁବୀର ଯାଦବ। ବର୍ତ୍ତମାନର ସମାଜରେ ଅଧିକାଂଶ ଲୋକ ଏକାକୀ ଭାବରେ ଜୀବନ ବିତାଉଛନ୍ତି  ଅଧିକାଂଶ ବାପା ମାଁଙ୍କୁ ଏକୁଟିଆ ଛାଡି ଦେଉଛନ୍ତି ପୁଅ, ଝିଅ  ଏକାକୀ ରହି ମାନସିକ ଚିନ୍ତାରେ ରହୁଥିବା ଲୋକଙ୍କୁ ନେଇ ଗତିଶୀଳ ହୋଇଥିବା ନାଟକ 'ପିଆନୋ' କିନ୍ତୁ ସମସ୍ତ ସମସ୍ୟାର ଏକମାତ୍ର ସମାଧାନ ହେଉଛି। ମାନସିକ ବିଷାଦଗ୍ରସ୍ତ ଲୋକକୁ ମଧ୍ୟ ସଂଗୀତ ମୁଖ୍ୟ ସ୍ରୋତକୁ ଆଣିପାରିଥାଏ ବୋଲି ନାଟକ ପିଆନୋରେ ସମାଜକୁ ବାର୍ତ୍ତା ଦିଆଯାଇଥିଲା  'ପିପିଲି ଲାଇଭ' ହେଉ କିମ୍ବା ଲଗାନ, ବିଭିନ୍ନ ସୁପରହିଟ ଚଳଚ୍ଚିତ୍ର ଚମତ୍କାର ଅଭିନୟ କରିଥିବା ରଘୁବୀର ଯାଦବଙ୍କୁ ଆଖି ସାମ୍ନାରେ ନାଟକରେ ଅଭିନୟ କରୁଥିବା ଦୃଶ୍ୟକୁ ବେଶ ମନଭରି ଉପଭୋଗ କରିଥିଲେ ଦର୍ଶକ।  ଶୀତୁଆ ସନ୍ଧ୍ୟାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର  ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ ରଘୁବୀର ଯାଦବ।  ୨୧ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ପାଂଚ ଦିନ ଧରି ଅନୁଷ୍ଠିତ ହେବ ଏହି ମହୋତ୍ସବ।  ଦ୍ୱିତୀୟ ସନ୍ଧ୍ୟାରେ ବରଗଡ କେଶେଇପାଲିର କଳାକାର ପରିବେଷଣ କରିବେ କୋଶଳୀ ନାଟକ 'ମୁଦରା ପଥର'  ।

 

 

 

 

 

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos