ଧର୍ମଗଡ଼: ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୭ ଆହତ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଶରଧାପୁର ନିକଟରେ ରବିବାର ଏକ ଟାଟା ସୁମୋ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏକ ଦଶାହ କାର୍ଯ୍ୟରେ ଯୋଗଦେବା ପାଇଁ ୨ଟି ପରିବାରର ୧୩ ଜଣ ଏହି ଗାଡ଼ିରେ ଯାଉଥିଲେ। ସେମାନେ ଲିମସେରରୁ-ଛୋରିଆଗଡ଼ ଗଲା ବେଳେ ଶରଧାପୁର ନିକଟରେ ଦୁର୍ଘଟଣା  ଘଟିଥିଲା।