ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେବେ ଦ୍ରୌପଦୀ ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ରାଷ୍ଟ୍ରପତି ନିର୍ବାଚନକୁ  ନେଇ ଗରମ ହେଉଛି ରାଜନୀତିର ପାଣିପାଗ। ନୂଆ ନୂଆ ସମୀକରଣକୁ ନେଇ ଚାଲିଛି ଅଙ୍କକଷା। ପ୍ରଣବ ବିଦାୟ ନେବା ପରେ କିଏ ହେବ ଦେଶର ପ୍ରଥମ ବ୍ୟକ୍ତି ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବାବ୍ରୀ ମସ୍‌ଜିଦ ଘଟଣା ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ରାୟ ଆସିବା ପରେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ ଏକରକମ ରାଷ୍ଟ୍ରପତି ଦୌଡ଼ରୁ ବାଦ ପଡି ସାରିଛନ୍ତି। ତେବେ ଏହା ଭିତରେ ଓଡ଼ିଶା ପାଇଁ ଆସିଛି ଖୁସି ଖ‍ବର। ଝାଡ଼ଖଣ୍ଡର […]

Draupadi-Murmu

Draupadi-Murmu

Rakesh Mallick
  • Published: Friday, 05 May 2017
  • Updated: 05 May 2017, 08:37 PM IST

Sports

Latest News

ରାଷ୍ଟ୍ରପତି ନିର୍ବାଚନକୁ  ନେଇ ଗରମ ହେଉଛି ରାଜନୀତିର ପାଣିପାଗ। ନୂଆ ନୂଆ ସମୀକରଣକୁ ନେଇ ଚାଲିଛି ଅଙ୍କକଷା। ପ୍ରଣବ ବିଦାୟ ନେବା ପରେ କିଏ ହେବ ଦେଶର ପ୍ରଥମ ବ୍ୟକ୍ତି ତାକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବାବ୍ରୀ ମସ୍‌ଜିଦ ଘଟଣା ପ୍ରସଙ୍ଗରେ ସୁପ୍ରିମକୋର୍ଟରୁ ରାୟ ଆସିବା ପରେ ଆଡ଼ଭାନୀ ଓ ମୁରଲୀ ମନୋହର ଯୋଶୀ ଏକରକମ ରାଷ୍ଟ୍ରପତି ଦୌଡ଼ରୁ ବାଦ ପଡି ସାରିଛନ୍ତି। ତେବେ ଏହା ଭିତରେ ଓଡ଼ିଶା ପାଇଁ ଆସିଛି ଖୁସି ଖ‍ବର। ଝାଡ଼ଖଣ୍ଡର ରାଜ୍ୟପାଳ ଦାୟିତ୍ୱ ତୁଲାଉଥିବା ଓଡ଼ିଶାର ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ରେସ୍‌ରେ ସର୍ବାଗ୍ରେ  ରହିଛନ୍ତି। ବିଜେପି ଓ ସହଯୋଗୀ ଦଳ ମୁର୍ମୁଙ୍କ ନାମରେ ମୋହର ମାରିବା ନେଇ ଚର୍ଚ୍ଚା ଜୋର ଧରିଛି।

ଯଦି ଦ୍ରୌପଦୀ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ସ୍ୱାଧୀନତାର ୭୦ ବର୍ଷ ପରେ ଦେଶ ପାଇବ ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି। କିନ୍ତୁ ରାଷ୍ଟ୍ରପତି ନିର୍ବାଚିତ କରିବା ପାଇଁ ବିଜେପି ହାତରେ ଆବଶ୍ୟକ ସଂଖ୍ୟା ନାହିଁ। ତେଣୁ ମୁର୍ମୁଙ୍କ କାର୍ଡ ଖେଳି ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡି ଓ ଝାଡ଼ଖଣ୍ଡ ମୁକ୍ତି  ମୋର୍ଚ୍ଚା ଉପରେ ନଜର ପକାଇଛି ବିଜେପି। ରାଜନୀତିରେ ଦ୍ରୌପଦୀଙ୍କ ନିର୍ମଳ ଭାବମୂର୍ତ୍ତି ବିରୋଧୀଙ୍କୁ ବେଶ ଅଡୁଆରେ ପକାଇବ।

ସୌଜନ୍ୟ: ଆଜ୍‌ତକ୍‌

ଫଟୋ: pragativadi.com

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos