ବର୍ଷା ପାଇଁ ଚାଷୀ ଡହଳ ବିକଳ, ପାଣି ଅଭାବରୁ ସୃଷ୍ଟି ହେଲାଣି ମରୁଡ଼ି ସ୍ଥିତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପଶ୍ଚିମ ମୌସୁମୀର ଲୁଚକାଳି ଖେଳର ପ୍ରଭାବ ସିଧାସଳଖ ଚାଷୀଙ୍କ କ୍ଷେତ ଉପରେ ପଡ଼ିଛି। ଆଷାଢ଼ ଯାଇ ଶ୍ରାବଣ ଆସିଲାଣି। ତଥାପି ରାଜ୍ୟରେ ବର୍ଷାର ଦେଖାନାହିଁ। ବର୍ଷା ଅଭାବରୁ ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି ଚାଷ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି। କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି, ତ ଆଉ କେଉଁଠି ପାଣି ଅଭାବରୁ ତଳି ନଷ୍ଟ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଅଣଜଳସେଚିତ ଅଞ୍ଚଳରେ ଯଦି […]

ft

ft

Hemant Lenka
  • Published: Thursday, 18 July 2019
  • Updated: 18 July 2019, 08:59 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ-ପଶ୍ଚିମ ମୌସୁମୀର ଲୁଚକାଳି ଖେଳର ପ୍ରଭାବ ସିଧାସଳଖ ଚାଷୀଙ୍କ କ୍ଷେତ ଉପରେ ପଡ଼ିଛି। ଆଷାଢ଼ ଯାଇ ଶ୍ରାବଣ ଆସିଲାଣି।

ତଥାପି ରାଜ୍ୟରେ ବର୍ଷାର ଦେଖାନାହିଁ। ବର୍ଷା ଅଭାବରୁ ପଶ୍ଚିମରୁ ଉପକୂଳ, ଉତ୍ତରରୁ ଦକ୍ଷିଣ ସବୁଠି ଚାଷ କାର୍ଯ୍ୟ ଗଭୀର ଭାବେ ପ୍ରଭାବିତ ହୋଇଛି।

କେଉଁଠି ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି, ତ ଆଉ କେଉଁଠି ପାଣି ଅଭାବରୁ ତଳି ନଷ୍ଟ ହେବାକୁ ବସିଲାଣି। ଏଭଳି ସ୍ଥିତିରେ ଅଣଜଳସେଚିତ ଅଞ୍ଚଳରେ ଯଦି ଶୀଘ୍ର ବର୍ଷା ନହୁଏ, ତେବେ ମରୁଡ଼ି ପରିସ୍ଥିତି ଉପୁଜିବାର ଆଶଙ୍କା ମଧ୍ୟ ରହିଛି।

ପ୍ରତିଦିନ ଆକାଶରେ କଳା ବାଦଲ ଦେଖିବାକୁ ମିଳୁଛି। ହେଲେ ଆଶାନୁରୂପ ବର୍ଷା ହେଉନାହିଁ। ମୌସୁମୀ ପ୍ରଭାବରେ ଆଷାଢ଼ରେ ବର୍ଷା ହେଲାନି। କାଳେ ଶ୍ରାବଣରେ ବର୍ଷା ହେବ, ସେଇ ଆଶା ନେଇ ଚାଷୀମାନେ ଅପେକ୍ଷା କରିଛନ୍ତି।

ନୂଆପଡ଼ା ଜିଲ୍ଲାର ଅଧିକାଂଶ ଚାଷ ଜମିରେ ବର୍ଷା ଅଭାବରୁ ତଳି ପଡ଼ିନାହିଁ। ଜମି ଫାଟି କି ଆଁ କଲାଣି। ଜମିର ଚିତ୍ର ହିଁ ଆସନ୍ନ ମରୁଡ଼ିର ପଦଧ୍ୱନିକୁ ସୂଚାଉଛି।

ଜୁନମାସରେ ସ୍ୱଳ୍ପ ବର୍ଷା ହେବାରୁ ଚାଷୀମାନେ କ୍ଷେତରେ ହଳ ବୁଲାଇ ଧାନ ବୁଣିଥିଲେ। କିନ୍ତୁ ଏମାସରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକ ଠାରୁ ୫୦ ପ୍ରତିଶତ କମ୍ ବର୍ଷା ହୋଇଥିବାରୁ ତଳି ନଷ୍ଟ ହେବାକୁ ବସିଲାଣି। ସମ୍ବଲପୁରରେ ବି ସମାନ ଦୃଶ୍ୟ। ଛନଛନ ହୋଇ ତଳିଗୁଡ଼ିକ ମୁଣ୍ଡ ଟେକିଥିଲେ ବି ବର୍ଷା ଅଭାବରୁ ଜଳ ସଙ୍କଟ ସମସ୍ୟା ଉତ୍କଟ ହେଲାଣି।

ଅଣଜଳସେଚିତ ଅଞ୍ଚଳରେ ଧାନ ଗଛଗୁଡ଼ିକ ହଳଦିଆ ଦେଖାଗଲାଣି। ଏହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ସମ୍ଭାବ୍ୟ ମରୁଡ଼ି ସ୍ଥିତି ଉପୁଜିଥିବା ଜିଲ୍ଲା କୃଷି ଉପନିର୍ଦ୍ଦେଶକ ଖଗେନ୍ଦ୍ର ଜେନା ସ୍ୱୀକାର କରିଛନ୍ତି।

କେବଳ ପଶ୍ଚିମ ଓଡ଼ିଶା ନୁହେଁ, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବି ବର୍ଷା ଅଭାବରୁ ଚାଷ କାର୍ଯ୍ୟ ପ୍ରଭାବିତ ହୋଇଛି। ବିଶେଷ କରି ଗଞ୍ଜାମ ଜିଲ୍ଲାର ଚିକିଟି, ରଙ୍ଗେଇଲୁଣ୍ଡା, ସୋରଡ଼ା ଆଦି ଅଞ୍ଚଳରେ କମ୍ ବର୍ଷା ଯୋଗୁ ଚାଷକାମ ପ୍ରଭାବିତ ହୋଇଛି।

ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା କହିଛନ୍ତି, “ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଦିନେ ଦୁଇ ଦିନ ମଧ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।”

ଜୁନ୍‌ ୮ରେ କେରଳ ଛୁଇଁଥିବା ମୌସୁମୀ କେବଳ କିଛି ହାତ ଗଣତି ରାଜ୍ୟକୁ ଛାଡ଼ି ଦେଲେ ଆଉ କେଉଁଠି ବି ସକ୍ରିୟ ହୋଇନାହିଁ। ଚଳିତ ସପ୍ତାହରେ ମୌସୁମୀ ପ୍ରଭାବରେ ହାରାହାରି ୨୦ ପ୍ରତିଶତରୁ କମ୍ ବର୍ଷା ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ମୁଖ୍ୟତଃ କେନ୍ଦ୍ର, ପଶ୍ଚିମ ଏବଂ ଦକ୍ଷିଣ ପ୍ରାନ୍ତରେ ମୌସୁମୀ କମ ବର୍ଷିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଜୁନ୍‌ ମାସରୁ ଏଯାଏ ମୌସୁମୀ ୧୬% କମ ବର୍ଷିଛି। ମୌସୁମୀ ବର୍ଷା ଉପରେ ନିର୍ଭରଶୀଳ ଚାଷୀଙ୍କ ପାଇଁ ଏବେ ଇନ୍ଦ୍ରଦେବତାଙ୍କୁ ପ୍ରାର୍ଥନା କରିବା ଛଡ଼ା ଅନ୍ୟ ଚାରା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story