ଅଟୋ ଉପରେ ପଡ଼ିଲା ଶୁଖିଲା ଗଛ, ଚାଲିଗଲା ମହିଳାଙ୍କ ଜୀବନ

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଘରକୁ ଫେରୁଥିବା ବେଳେ ଅଟୋ ଉପରେ ଶୁଖିଲା ଗଛ ପଡ଼ି ଯିବାରୁ ଚାଲି ଯାଇଛି ଜଣେ ମହିଳାଙ୍କ ଜୀବନ। ଏହି ଘଟଣାରେ ଆଉ ଜଣେ ମହିଳା ଓ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଉଭୟ ଏବେ ଜୀବନ ମରଣର ସହ ସଂଘର୍ଷ କରୁଛନ୍ତି। ଅନୁଗୁଳ ଜିଲ୍ଲା ଖମାର ଥାନା ୧୪୯ ନମ୍ବର ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଏପରି ଦୁଃଖଦ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ଖମାର ଥାନା ଇଂଜିଡି […]

auto

auto

Hemant Lenka
  • Published: Friday, 27 May 2022
  • Updated: 27 May 2022, 04:57 PM IST

Sports

Latest News

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଘରକୁ ଫେରୁଥିବା ବେଳେ ଅଟୋ ଉପରେ ଶୁଖିଲା ଗଛ ପଡ଼ି ଯିବାରୁ ଚାଲି ଯାଇଛି ଜଣେ ମହିଳାଙ୍କ ଜୀବନ। ଏହି ଘଟଣାରେ ଆଉ ଜଣେ ମହିଳା ଓ ୨ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଉଭୟ ଏବେ ଜୀବନ ମରଣର ସହ ସଂଘର୍ଷ କରୁଛନ୍ତି। ଅନୁଗୁଳ ଜିଲ୍ଲା ଖମାର ଥାନା ୧୪୯ ନମ୍ବର ଜାତୀୟ ରାଜପଥର ବାଲିପଶି ଛକ ନିକଟରେ ଏପରି ଦୁଃଖଦ ଘଟଣା।

ମିଳିଥିବା ସୂଚନା ଅନୁଯାୟୀ, ଖମାର ଥାନା ଇଂଜିଡି ପଞ୍ଚାୟତ ତିଳେଇପଶି ଗାଁର ଅମାନୀ ସାହୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ପରିବାର ଵର୍ଗ ତାଙ୍କୁ ଏକ ଅଟୋରେ ପାଲଲହଡ଼ା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେ ଜେମା ପରିଡ଼ା ଓ ଟୁନା ପରିଡ଼ାଙ୍କ ସହ ପାଲଲହଡ଼ାରୁ ତିଲେଇପଶି ଗାଁକୁ ଗୋଟିଏ ଫେରୁଥିଲେ। ତେବେ ଅଧା ରାସ୍ତାରେ ଘଟିଥିଲା ଅଘଟଣ। ବିନା ପବନରେ ବି ରାସ୍ତା କଡ଼ରେ ରହିଥିବା ଗୋଟିଏ ଶୁଖିଲା ଗଛର ବିରାଟ ଅଂଶ ହଠାତ୍‌ ଅଟୋ ଉପରେ ପଡ଼ି ଯାଇଥିଲା।

ଏହା ଏତେ ଭୟଙ୍କର ଥିଲା ଯେ ଅଟୋଟି ସଂପୂର୍ଣ୍ଣ ଚୂରମାର ହୋଇଯାଇଥିଲା। ସେହିପରି ଗାଡ଼ି ଭିତରେ ଥିବା ଜେମା ପରିଡ଼ା ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ। ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଟୋ ଉପରେ ପଡ଼ିଥିବା ଗଛଟିକୁ ହଠାଇ ଥିଲା। ଏହାପରେ ଘଟଣାରେ ଗୁରୁତର ହୋଇଥିବା ଅମାନୀ ସାହୁ, ଟୁନା ପରିଡ଼ା ଓ ଅଟୋ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା। ଅଟୋ ଚାଳକ ଜଣଙ୍କ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ତାଙ୍କ ପରିଚୟ ଜଣାପଡ଼ିନି। ଗୁରୁତରମାନେ ପାଲଲହଡ଼ା ଓ ଖମାର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରଶାସନର ଅବହେଳା ଯୋଗୁ ଏତେ ବଡ଼ ଅଘଟଣ ଘଟିଲା ବୋଲି ଲୋକମାନେ ଦାବି କରିଛନ୍ତି। ଶୁଖିଲା ଗଛ ରାସ୍ତା କଡ଼ରେ ପଡ଼ି ରହିଥିଲେ ହେଁ ଏଗୁଡ଼ିକୁ ହଟା ଯାଉନି। ଫଳରେ ଏତେ ବଡ଼ ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ତେବେ ପୁଲିସ୍‌ ଲୋକଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos