ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତିଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ କରାଯାଇଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦୁର୍ଗାଶିଷଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରିଥିବା ଦଳର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି।
କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପୂର୍ବତନ ରାଜନୈତିକ ସଂଯୋଜକ ଦେବାଶିଷ ମଲ୍ଲିକ କରିଥିବା ପ୍ରେସ୍ମିଟ୍ରେ ଉପସ୍ଥିତ ଥିଲେ ଦୁର୍ଗାଶିଷ। ସାଂସଦ ପଣ୍ଡାଙ୍କ ବିରୋଧରେ ପ୍ରେସ୍ମିଟ୍ କରି ଅନେକ ଅଭିଯୋଗ ଆଣିଥିଲେ ଦେବାଶିଷ। ବୈଜୟନ୍ତଙ୍କୁ ବିରୁଦ୍ଧ କରିଥିବାରୁ ଦୁର୍ଗାଶିଷଙ୍କୁ ଏହି ପୁରସ୍କାର ମିଳିଥିବା ଚର୍ଚ୍ଚା ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।