ଦୁଷ୍ମନ୍ତଙ୍କୁ ସରକାରୀ କଳ ହତ୍ୟା କରିଛି: ବିଜେପି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜଗତସିଂହପୁର କୁଜଙ୍ଗର ଯୁବକ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗ ଥମିବାର ନାଁ ଧରୁ ନାହିଁ। ଏହି ଘଟଣାକୁ ନେଇ ରାଜନୀତି ତେଜୁଛି। ଏ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବାରମ୍ବାର ସରକାରଙ୍କୁ ଘେରୁଛି। ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଷ୍ମନ୍ତଙ୍କୁ ସରକାରୀ କଳ ହତ୍ୟା କରିଥିବା ବିଜେପି ନେତା ବିଭୂ ତରାଇ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ଗତ ୮ ତାରିଖରେ ଦୁଷ୍ମନ୍ତ […]

bjp

bjp

Tapaswini Nayak
  • Published: Wednesday, 15 September 2021
  • Updated: 15 September 2021, 02:01 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଜଗତସିଂହପୁର କୁଜଙ୍ଗର ଯୁବକ ଦୁଷ୍ମନ୍ତ ଦାସଙ୍କ ମୃତ୍ୟୁ ପ୍ରସଙ୍ଗ ଥମିବାର ନାଁ ଧରୁ ନାହିଁ। ଏହି ଘଟଣାକୁ ନେଇ ରାଜନୀତି ତେଜୁଛି। ଏ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ବାରମ୍ବାର ସରକାରଙ୍କୁ ଘେରୁଛି। ଆଜି ବିଜେପି ସାମ୍ବାଦିକ ସମ୍ମିଳନୀ କରି ଏ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦୁଷ୍ମନ୍ତଙ୍କୁ ସରକାରୀ କଳ ହତ୍ୟା କରିଥିବା ବିଜେପି ନେତା ବିଭୂ ତରାଇ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ଗତ ୮ ତାରିଖରେ ଦୁଷ୍ମନ୍ତ ବିଷ ଖାଇଛି ବୋଲି ବିଧାନସଭା ଆଗରେ ଗଣମାଧ୍ୟମରେ ଜରିଆରେ ପ୍ରକାଶ କରିଥିଲା। ପୁଲିସ ତାକୁ ସେଠାରୁ ଉଠାଇ ନେଇ ସାଢ଼େ ୧୨ଟା ସମୟରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଦୁଷ୍ମନ୍ତ ଥିଲେ। ପରେ ତାଙ୍କୁ  କଟକ ଏସସିବିକୁ ସ୍ଥାନାନ୍ତରଣ କରାଯାଇଥିଲା। ୪ଟା ବେଳେ ସେ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ। ପ୍ରଶ୍ନ ଉଠୁଛି  ଯେ, କ୍ୟାପିଟାଲ ହସପିଟାଲ କ’ଣ ବିଷଖିଆ ରୋଗୀଙ୍କୁ ଚିକିତ୍ସା ଦେବାର ଅନୁପଯୁକ୍ତ? କ୍ୟାପିଟାଲ ହସ୍ପିଟାଲରେ କଣ ବିଷଖିଆ ରୋଗୀଙ୍କ ପାଇଁ ଚିକିତ୍ସାର ସୁବିଧା ନାହିଁ ? ଯଦି ନାହିଁ, ତାହାହେଲେ ତାଙ୍କୁ ରାଜଧାନୀର କୌଣସି ଘରୋଇ ହସ୍ପିଟାଲରେ ଚିକିତ୍ସା ନ କରାଯାଇ କଟକ ଏସସିବିକୁ କାହିଁକି ନିଆଗଲା?

ବିଭୂ ତରାଇ ଆହୁରି କହିଛନ୍ତି,  ଭୁବନେଶ୍ୱରରୁ କଟକ ମାତ୍ର ୩୦ କିଲୋମିଟରର ବାଟ। ୩୦ କିଲୋମିଟରର ବାଟ ଯିବା ପାଇଁ ତାଙ୍କୁ କାହିଁକି ଅଢ଼େଇ ଘଣ୍ଟା ସମୟ ଲାଗିଲା? କାହିଁକି ଦୁଷ୍କନ୍ତ ୪ଟା ବେଳେ କଟକ ଏସସିବିରେ ପହଞ୍ଚିଥିଲେ? ଯଦି ଦୁଷ୍କନ୍ତଙ୍କୁ ଉନ୍ନତ ମାନର ସେବା ଯୋଗାଇଦେବା ପାଇଁ କଟକ ମେଡିକାଲ ନିଆଗଲା, ତାଙ୍କୁ ଆଇସିୟୁରେ କାହିଁକି ରଖାଗଲା ନାହିଁ? କାହିଁକି ତାଙ୍କୁ ସାଧାରଣ ଓ୍ୱାର୍ଡରେ ଚିକିତ୍ସା କରାଗଲା?

ବିଜେପି ନେତା ଆହୁରି କହିଛନ୍ତି, ଯେଉଁ ପୁଲିସ କର୍ମଚାରୀମାନେ ଦୁଷ୍କନ୍ତଙ୍କୁ ବିଧାନସଭାରୁ କ୍ୟାପିଟାଲ ହସପିଟାଲ ନେଇଥିଲେ, ସେମାନେ କାହିଁକି ବିଳମ୍ବରେ ତାଙ୍କୁ କଟକ ଏସସିବିରେ ପହଞ୍ଚାଇଲେ? ଏହାର କାରଣ କ’ଣ ଥାଇପାରେ? ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଳମ୍ବରେ ଏସସିବିରେ ପହଞ୍ଚଯାଇଛି। ତାଙ୍କୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯାଇନାହିଁ।

ଦୁଷ୍କନ୍ତଙ୍କର ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ  ସେ ଚିକିତ୍ସାର ସୁବିଧା ପାଇନାହାଁନ୍ତି। ଏଥରୁ ସ୍ପଷ୍ଟ ହେଉଛି ଦୁଷ୍କନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ, ଏହା ଉଦ୍ଦେଶ୍ୟମୂଳକ ଭାବେ ଅବହେଳା ଜନିତ ମୃତ୍ୟୁ ଏବଂ ରାଜ୍ୟ ସରକାର ପ୍ରଶାସନିକ କଳ ଦ୍ୱାରା ସୁପରିକଳ୍ପିତ ହତ୍ୟାକାଣ୍ଡ। ରାଜ୍ୟ ସରକାରଙ୍କ ପ୍ରଶାସନିକ କଳ ମାଧ୍ୟମରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ବିଜେପି ନେତା ଅଭିଯୋଗ କରିଛନ୍ତି।

ବିଭୂ କହିଛନ୍ତି, ଦୁଷ୍କନ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଦେଖାଇ ଅସ୍ତ୍ରୋପଚାର କରିବାକୁ ଆସିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ଅର୍ଥ ଆସୁନାହିଁ ବୋଲି  ଡାକ୍ତରମାନେ  ତାଙ୍କୁ କହିଥିଲେ। ଏହି କଥା ଶୁଣି ସେ ଆତ୍ମବିଶ୍ୱାସ ହରାଇ ଆତ୍ମହତ୍ୟା ପାଇଁ  ନିଷ୍ପତ୍ତି ନେଇଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ସରକାର ରାଜ୍ୟବାସୀଙ୍କୁ ମିଥ୍ୟା ଆଶ୍ୱାସନା ଦେଉଛନ୍ତି। ଏହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ନୁହେଁ, ଏହା ପୁସିଂ କାର୍ଡ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ କୌଣସି ଚିକିତ୍ସା ମିଳୁନାହିଁ। ମୁଖ୍ୟମନ୍ତ୍ରୀ କାର୍ଡ ବାଣ୍ଟି  ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story