୪ ଜିଲ୍ଲାରେ ମୃଦୁ ଭୂମିକମ୍ପ, ତୀବ୍ରତା ୩.୫

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ୪ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ସକାଳ ୧୧ଟା ୧୯ରେ ଅଳ୍ପ ସମୟ ପାଇଁ ଗଞ୍ଜାମ, ନୟାଗଡ଼, ଫୁଲବାଣୀ ଓ ବୌଦ୍ଧ ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଥିବା କୁହାଯାଇଛି।  ନୟାଗଡ଼ ଓ ଗଞ୍ଜାମର ମଧ୍ୟବର୍ତ୍ତୀ ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ବୋଲି ସୂଚନା ଦିଆଯାଇଛି।

ଭୂମିକମ୍ପ ଅନୁଭୂତ ହେବା ସମୟରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ। ମୃଦୁ ଭୂମିକମ୍ପ ଯୋଗୁ  କିଛି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।