ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଘାଣ୍ଟିଲା ଇଡି, କହିଲେ- ମୁଁ ଅର୍ଚ୍ଚନାଙ୍କୁ ଟଙ୍କାଟିଏ ଦେଇନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସିନେମା ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଘାଣ୍ଟିଲା ଇଡି। ୧୨ ଘଣ୍ଟା ମଧ୍ୟରେ ଇଡି ପ୍ରମୋଦଙ୍କୁ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଅନେକ ପ୍ରଶ୍ନ ଗୁଡ଼େଇ ତୁଡ଼େଇ ପଚାରି ଥିଲା। ଇଡି ଅଫିସରୁ ବହାରିବା ପରେ ପ୍ରମୋଦ କହିଥିଲେ- ୨୦୧୭ ମସିହାରେ ଅର୍ଚ୍ଚନା ଓ ଜଗବନ୍ଧୁ ମୋ ଘରେ ଭଡ଼ାରେ ରହୁଥିଲେ। ମୋତେ ଘର ଭଡ଼ା ବାବଦକୁ ୨ ମାସର ଆଡଭାନ୍ସ ଦେଇଥିଲେ। ତା’ପରେ ସେ […]

Untitled-1

Untitled-1

Tapaswini Nayak
  • Published: Wednesday, 30 November 2022
  • Updated: 30 November 2022, 12:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସିନେମା ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କୁ ୧୨ ଘଣ୍ଟା ଘାଣ୍ଟିଲା ଇଡି। ୧୨ ଘଣ୍ଟା ମଧ୍ୟରେ ଇଡି ପ୍ରମୋଦଙ୍କୁ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଅନେକ ପ୍ରଶ୍ନ ଗୁଡ଼େଇ ତୁଡ଼େଇ ପଚାରି ଥିଲା।

ଇଡି ଅଫିସରୁ ବହାରିବା ପରେ ପ୍ରମୋଦ କହିଥିଲେ- ୨୦୧୭ ମସିହାରେ ଅର୍ଚ୍ଚନା ଓ ଜଗବନ୍ଧୁ ମୋ ଘରେ ଭଡ଼ାରେ ରହୁଥିଲେ। ମୋତେ ଘର ଭଡ଼ା ବାବଦକୁ ୨ ମାସର ଆଡଭାନ୍ସ ଦେଇଥିଲେ। ତା’ପରେ ସେ ଭଡ଼ା ପଇସା ଦେଇନଥିଲେ। ବାଧ୍ୟ ମୁଁ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲି।  ସେ ମଧ୍ୟ ମୋ ନାଁରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମୁଁ ଅର୍ଚ୍ଚନାଙ୍କୁ ଟଙ୍କାଟିଏ ଦେଇ ନାହିଁ ବୋଲି ପ୍ରମୋଦ କହିଛନ୍ତି।

ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳି ବେହେରା ଭଡ଼ାରେ ରହୁଥିଲେ। ଅର୍ଚ୍ଚନା ଉପର ମହଲାରେ ରହୁଥିବା ବେଳେ ଶ୍ରଦ୍ଧାଞ୍ଜଳି ଦ୍ୱିତୀୟ ମହଲାରେ ରହୁଥିଲେ। ପ୍ରମୋଦଙ୍କ ଘରେ ରହିବା ସମୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଅର୍ଚ୍ଚନା ଚିହ୍ନିଥିଲେ। ସ୍ୱାମୀ ଜଗବନ୍ଧୁଙ୍କ ସହ ମିଶି ଶ୍ରଦ୍ଧାଞ୍ଜଳିଙ୍କ ନଗ୍ନ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରିଥିଲେ ଓ ନିଜ କଳା କଳାସାମ୍ରାଜ୍ୟ ଆଗକୁ ବଢ଼ାଇଥିଲେ।

ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିଷୟରେ ଜାଣିବା ପାଇଁ ଇଡି ପ୍ରମୋଦକୁଙ୍କ ସମନ କରିଥିଲା। ଗତକାଲି ସେ ଇଡି ଅଫିସରେ ହାଜର ହୋଇଥିଲେ।

ଆଜି ଅର୍ଚ୍ଚନା ଓ  ତାଙ୍କ ସ୍ୱାମୀ ଜଗବନ୍ଧୁକୁ କୋର୍ଟରେ ହାଜର କରିବାକୁ ଇଡି ଆବେଦନ କରିଛି। ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କୁ  ରିମାଣ୍ଡରେ ଆଣି ହନିଟ୍ରାପ ଓ ବ୍ଲାକମେଲର ସତ ଓଗାଳିବାକୁ ଉଦ୍ୟମ କରିବ ଇଡି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos