ବଲାଙ୍ଗିରରେ ଇଦ୍‌ ପାଳିତ

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ସହରରେ ଇଦ୍‌ ପର୍ବ ପାଳିତ ହୋଇଛି। ସେଥିପାଇଁ ସୁନ୍ନି ସଦର ମସ୍‌ଜିଦରେ ସକାଳ ୧୦ଟାରେ ହୋଇଥିଲା ସାମୂହ ନମାଜ୍ ପାଠ। ଦୀର୍ଘ ୩୦ ଦିନ ମାସେ ଧରି ରୋଜା ରଖିବା ପରେ ଗତକାଲି ଥିଲା ଶେଷ ଦିନ। ଗତକାଲି ଚାନ୍ଦ ଦର୍ଶନ ପରେ ଆଜି ଇଦ୍ ପର୍ବ ପାଳନ କରିଥିଲେ ମୁସଲମାନ ଭାଇ ଓ ଭଉଣୀମାନେ। ତା’ପରେ ପରସ୍ପରକୁ ଇଦ୍ ମୁବାରକ ଜଣାଇ ଭାଇଚାରା ସୃଷ୍ଟି କରିଥିଲେ।