ଓଲଟିଲା ତେଲ ବୋଝେଇ ଟ୍ରକ୍‌ ; ବୋହି ନେଲେ ଲୋକ

ବାଲିଗୁଡ଼ା (ଅଜିତ ଦାସ): କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ଆଜି ସକାଳେ ଏକ ଖାଇବା ତେଲ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି। ଏଥିରେ ହେଲପର ଗୁରୁତର ହୋଇପଡ଼ିଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଆଜି ସକାଳେ ଗାଡ଼ିଟି କଳିଙ୍ଗା ଘାଟିର ଅନ୍ଧାରକୋଟ ବୁଲାଣି ରାସ୍ତାରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା।

ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା ଓ ଟ୍ରକ୍‌ ତଳେ ଚାପି ହୋଇ ରହିଥିବା ହେଲପରକୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।

ଅନ୍ୟ ପକ୍ଷରେ ଗାଡ଼ିଟି ଓଲଟି ପଡ଼ିବା ପରେ ଏଣେ ତେଣେ ପଡ଼ିଥିବା ତେଲ ପ୍ୟାକେଟ୍ ଗୁଡ଼ିକୁ ଲୋକେ ବୋହି ନେଇଥିବା ଜଣାପଡ଼ିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।