କେନ୍ଦ୍ରାପଡ଼ାରେ ଅଣ୍ଡାମାଡ଼, ସୁନ୍ଦରଗଡ଼ରେ ବନ୍ଦ: ଓଡ଼ିଶା ରାଜନୀତିରେ ଅଣ୍ଡାଫଣ୍ଡା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ପ୍ରତିବାଦର ନୂଆ ଟ୍ରେଣ୍ଡ ଦେଖାଦେଇଛି। ତାହା ହେଲା ଅଣ୍ଡାମାଡ଼। ଓଡ଼ିଶା ମିଡିଆ ଏହାକୁ ମଜାଳିଆ ଭାଷାରେ କହୁଛି ‘ଅଣ୍ଡାଫଣ୍ଡା’, ତ କେତେକେ କହୁଛନ୍ତି ‘ଅଣ୍ଡାଅସ୍ତ୍ର’। ବିରୋଧ ହେଉଛି ସୁସ୍ଥ ଗଣତନ୍ତ୍ରର ଏକ ଧାରା। ସେହିପରି ବିରୋଧକୁ ଖେଳୁଆଡ଼ ମନବୃତ୍ତିରେ ଗ୍ରହଣ କରିବା ମଧ୍ୟ ସୁସ୍ଥ ଗଣତନ୍ତ୍ରର ଏକ ଭଲ ଉଦାହରଣ। କିନ୍ତୁ ଭାରତୀୟମାନେ ସେ ସ୍ୱପ୍ନ ଦେଖିବା ଭୁଲି ଗଲେଣି। ଅଣ୍ଡାମାଡ଼ ଦ୍ୱାରା କୌଣସି ନେତା ଆହତ ହୁଅନ୍ତିନି। ଅନ୍ତତଃ ଏବେ […]

Egg copy

Egg copy

Rakesh Mallick
  • Published: Friday, 16 June 2017
  • Updated: 16 June 2017, 04:22 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଏବେ ପ୍ରତିବାଦର ନୂଆ ଟ୍ରେଣ୍ଡ ଦେଖାଦେଇଛି। ତାହା ହେଲା ଅଣ୍ଡାମାଡ଼। ଓଡ଼ିଶା ମିଡିଆ ଏହାକୁ ମଜାଳିଆ ଭାଷାରେ କହୁଛି 'ଅଣ୍ଡାଫଣ୍ଡା', ତ କେତେକେ କହୁଛନ୍ତି 'ଅଣ୍ଡାଅସ୍ତ୍ର'। ବିରୋଧ ହେଉଛି ସୁସ୍ଥ ଗଣତନ୍ତ୍ରର ଏକ ଧାରା। ସେହିପରି ବିରୋଧକୁ ଖେଳୁଆଡ଼ ମନବୃତ୍ତିରେ ଗ୍ରହଣ କରିବା ମଧ୍ୟ ସୁସ୍ଥ ଗଣତନ୍ତ୍ରର ଏକ ଭଲ ଉଦାହରଣ। କିନ୍ତୁ ଭାରତୀୟମାନେ ସେ ସ୍ୱପ୍ନ ଦେଖିବା ଭୁଲି ଗଲେଣି।

ଅଣ୍ଡାମାଡ଼ ଦ୍ୱାରା କୌଣସି ନେତା ଆହତ ହୁଅନ୍ତିନି। ଅନ୍ତତଃ ଏବେ ପର୍ଯ୍ୟନ୍ତ ଯାହା ଖବର ଅଛି, ଶାରୀରିକ ଆଘାତ ଦେଲାଭଳି ଅଣ୍ଡା ଏ ଯାଏଁ କୌଣସି ନେତାଙ୍କଠି ମାଡ଼ ହୋଇନି। ଆଗକୁ ଯେ ନହେବ କହିହେବନି। କାରଣ ବଜାରକୁ ପ୍ଲାଷ୍ଟିକ୍ ଅଣ୍ଡା ଆସିସାରିଛି। ଏମିତି ନହେଉ ରାଜନୈତିକ ପ୍ରତିବାଦ ପାଇଁ ବଜାରକୁ ସ୍ୱତନ୍ତ୍ର ଅଣ୍ଡା ଆସୁ, ଆଉ ରାଜନୈତିକ କର୍ମୀମାନେ ତାକୁ କିଣି ନେତାଙ୍କୁ ମାଡ଼ କରନ୍ତୁ। ଯେହେତୁ ଅଣ୍ଡାମାଡ଼ ଜଣେ ନେତାଙ୍କ ସମ୍ମାନ ପ୍ରତି ଏକ ଅପମାନ, ତେଣୁ ଏହାକୁ ପ୍ରୟୋଗ କରିବାକୁ ବିରୋଧୀ ତତ୍ପରତା ପ୍ରକାଶ କରୁଛନ୍ତି।

ଓଡ଼ିଶାରେ ଅଣ୍ଡାମାଡ଼ ଘଟଣା ଆଗରୁ ଘଟିଥିଲେ ବି ବୋଧହୁଏ ଗତବର୍ଷ ଅକ୍ଟୋବର ମାସରେ କଂଗ୍ରେସର ଜଣେ ଛାତ୍ରନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ଫିଙ୍ଗିବାଠାରୁ ଆରମ୍ଭ ହୋଇଛି ବିଶେଷ ଚର୍ଚ୍ଚା। ଚର୍ଚ୍ଚା ନୁହେଁ ତ, ଭିଡିଓ ଭାଇରାଲ୍ ହେଲାପରି, ଓଡ଼ିଶା ରାଜନୀତିରେ ଏହି ଫଣ୍ଡା ଭାଇରାଲ୍ ହେବାରେ ଲାଗିଛି। ପରେପରେ ବିଜେଡି ଓ ବିଜେପି ନେତାମନ୍ତ୍ରୀଙ୍କ ଉପରେ କଂଗ୍ରେସ ଏବଂ ବିଜେପି ନେତାମନ୍ତ୍ରୀଙ୍କ ଉପରେ ବିଜେଡି ବାଲାଏ ଅଣ୍ଡା ଫିଙ୍ଗିବାରେ ଲାଗିଛନ୍ତି।

ପୂର୍ବରୁ ବିଜେଡିର ଅନେକ ମନ୍ତ୍ରୀଙ୍କୁ କଂଗ୍ରେସ ବାଲାଏ ଅଣ୍ଡାମାଡ଼ କରିଥିଲେ ବି କିଛିଦିନ ତଳେ ବିଜେଡିର କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉପରକୁ ହୋଇଥିବା ଅଣ୍ଡାମାଡ଼ ଘଟଣାକୁ ନେଇ ଚର୍ଚ୍ଚା ତଥାପି ଥମିନି। ଏ ଅଣ୍ଡାମାଡ଼ର ଫଣ୍ଡା ବା ଇକୁଏସନ୍ ଟିକିଏ ଅଲଗା ଥିଲା। ବାବୁ ବୈଜୟନ୍ତଙ୍କୁ ତାଙ୍କରି ଦଳର ନେତା ଓ କର୍ମୀ ହିଁ ଅଣ୍ଡା ମାରିଥିବା ଅଭିଯୋଗ ହୋଇଛି। ଏହାର ଅର୍ଥ ଯେଉଁ ଅଣ୍ଡା ବିରୋଧୀ ଦଳର ନେତା ଓ ମନ୍ତ୍ରୀଙ୍କୁ ଅପମାନିତ କରିବାକୁ ବ୍ୟବହାର ହେଉଥିବା ଏବେ ତାହା ନିଜ ଦଳର ନେତାଙ୍କ ବିରୋଧରେ ବି ବ୍ୟବହାର ହେଲାଣି।

ଆଉଏକ ନୂଆକଥା ଏବେ ଦେଖିବାକୁ ମିଳିଛି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ଆଦିବାସୀ ନେତା ଜୁଏଲ ଓରାମ ମଧ୍ୟ ଦୁଇଦିନ ତଳେ ରାଜନୈତିକ ଅଣ୍ଡା ଦ୍ୱାରା ହଟହଟା ହୋଇଥିଲେ କେନ୍ଦ୍ରାପଡ଼ାରେ। ବାବୁ ସେଠାକୁ ଦଳୀୟ କାର୍ଯ୍ୟକ୍ରମରେ ଯାଇଥିଲା ବେଳେ ତାଙ୍କ ଗାଡ଼ି ଉପରକୁ କଳା ପତାକା ଓ ଅଣ୍ଡା ନିକ୍ଷେପ କରିଥିଲେ ବିରୋଧୀ କର୍ମୀ। ତେବେ ଓଡ଼ିଶା ରାଜନୀତିରେ ଆଉ ଅଣ୍ଡାମାଡ଼ ସେତେଟା ରୋଚକ ଘଟଣା ନୁହେଁ, କିନ୍ତୁ ଏ ଘଟଣାକୁ ଜୁଏଲ ଓ ବିଜେପି ଯେଉଁ ଢଙ୍ଗରେ ବିରୋଧ କଲେ ତାହା ହିଁ ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଓରାମ ଆଜ୍ଞା ଅଣ୍ଡାମାଡ଼ ଖାଇଲେ କେନ୍ଦ୍ରାପଡ଼ାରେ, କିନ୍ତୁ ଏହାର ପ୍ରତିବାଦ କଲେ ସୁନ୍ଦରଗଡ଼ରେ। ଶୁକ୍ରବାର ଦିନ ଘଟଣାର ପ୍ରତିବାଦରେ ବିଜେପି ପକ୍ଷରୁ ସୁନ୍ଦରଗଡ଼ରେ ୭ ଘଣ୍ଟିଆ ବନ୍ଦ ପାଳନ ହୋଇଛି। ପ୍ରତିବାଦର ଏ ପ୍ରକାର ଯୁକ୍ତି ରାଜନୈତିକ ସମୀକ୍ଷକମାନେ ସହଜରେ ବୁଝିପାରିଲେ ନାହିଁ। ଜୁଏଲ ବାବୁ ଜଣେ କେନ୍ଦ୍ରମନ୍ତ୍ରୀ, ତାଙ୍କ ସମ୍ମାନହାନି ହେଲା ମାନେ, କେନ୍ଦ୍ର ସରକାରଙ୍କ ସମ୍ମାନହାନି ହେଲା, ବିଜେପିର ମଧ୍ୟ। ଯଦି ଏହାର ପ୍ରତିବାଦ କରିବାକୁ ଥିଲା ତେବେ ସାରା ରାଜ୍ୟରେ ବନ୍ଦ ଡାକରା ଦେଇପାରିଥାନ୍ତେ। ନହେଲେ କେନ୍ଦ୍ରାପଡ଼ା ବିଜେପି ପକ୍ଷରୁ ବନ୍ଦ ପାଳନ ମଧ୍ୟ କରାଯାଇ ପାରିଥାନ୍ତା। କିନ୍ତୁ ଜୁଏଲ୍ କିମ୍ୱା ବିଜେପି ସେପରି କଲାନି। ଯଦି ଧର୍ମେନ୍ଦ୍ରଙ୍କ ଗାଡ଼ି ଉପରକୁ ଏ ଅଣ୍ଡାମାଡ଼ ହୋଇଥାନ୍ତା, ତେବେ କ'ଣ ବିରୋଧର ତୀବ୍ରତା ଏତିକି ହିଁ ଥାଆନ୍ତା? ଅବଶ୍ୟ ଏହାଏକ ଅବାନ୍ତର ପ୍ରଶ୍ନ ବୋଲି ବିଜେପି କହିପାରେ, କିନ୍ତୁ ଜୁଏଲଙ୍କ ସୁନ୍ଦରଗଡ଼ ବନ୍ଦ କଥାଟା ସହଜରେ ହଜମ ହେଲାନି। କେନ୍ଦ୍ରାପଡ଼ାରେ ମାଡ଼ ଖାଇ ସୁନ୍ଦରଗଡ଼ରେ ଗଣ୍ଡଗୋଳ କରିବାରେ କିଛି ଯୁକ୍ତି ଅଛି କି? ବିଚରା ସୁନ୍ଦରଗଡ଼ ଜିଲ୍ଲାବାସୀ ବେକାରଟାରେ 'ବନ୍ଦ'ର 'ଶିକାର' ହେଲେ ଯାହା।

ଦେଖାଯାଉ ଆଗାମୀ ଦିନରେ ଓଡ଼ିଶା ରାଜନୀତିରେ ଅଣ୍ଡାଅସ୍ତ୍ରର ପ୍ରୟୋଗ ଆଉ କେଉଁ କେଉଁ ଜାଗାରେ ହେଉଛି। ଯଦି ରାଜନୈତିକ କର୍ମୀଙ୍କ ପାଇଁ ଆଗକୁ ଅଣ୍ଡା ହିଁ ବଡ଼ ଅସ୍ତ୍ର ହେବ, ତେବେ ଦୟାକରି ଆନ୍ଧ୍ରଅଣ୍ଡା ଉପରେ ନିର୍ଭର ନକରି, ଓଡ଼ିଶା ଅଣ୍ଡା କିଛି ଉତ୍ପାଦର କରାଯାଉ। ବହୁଳ ବ୍ୟବହାର ପାଇଁ ଅଣ୍ଡାଚାଷ ବୃଦ୍ଧି କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story