ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼    

ଭବାନୀପାଟଣା (ରାଜକୁମାର ସିଂହଦେଓ):  ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଭବାନୀପାଟଣାର ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରେ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ।  ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ଶ୍ରୀ ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।  କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ […]

Egg attack

Egg attack

Tapaswini Nayak
  • Published: Wednesday, 10 November 2021
  • Updated: 10 November 2021, 02:14 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ):  ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ଭବାନୀପାଟଣାର ଥୁଆମୂଳ ରାମପୁର ଡୁମେରପଦର ଗାଁରେ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଗାଡ଼ି ଉପରେ ଅଣ୍ଡା ମାଡ଼ କରିଛନ୍ତି କଂଗ୍ରେସ କର୍ମୀ।  ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ ମଧ୍ୟ ହୋଇଛି। ମନ୍ତ୍ରୀ ଶ୍ରୀ ବେହେରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ପାଇଁ ଯାଉଥିବା ବେଳେ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଥିଲେ।  କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍‌ ସ୍କୁଲ୍‌ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ସେମାନେ ପ୍ରତିବାଦ  ସ୍ୱରୂପ ଏହି ଅଣ୍ଡାମାଡ଼ କରିଥିଲେ।

ଗତକାଲି ନୂଆପଡ଼ା ତରବୋଡ଼ଠାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିଲା। ଅଣ୍ଡାମାଡ଼ ସହ କଳା ପତାକା ପ୍ରଦର୍ଶନ କରିଥିଲେ ବିଜେପି କର୍ମୀ। ଗତ ୮ ତାରିଖରେ ଆଉ ଦୁଇ ଜଣ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ନର୍ଲାଠାରେ ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡା ମାଡ଼ କରିଥିଲା। ମାତ୍ର ଅଣ୍ଡା ଗୁଡ଼ିକ ମନ୍ତ୍ରୀଙ୍କ କାର୍‌ରେ ବାଜିଥିଲା। ସେହିପରି ପର୍ଯ୍ୟଟନ ମନ୍ତ୍ରୀ ଜ୍ତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। କଲମପୁରରେ କାର୍ଯ୍ୟକ୍ରମ ସାରି ପଣ୍ଡିଗାଁ ଅଭିମୁଖେ ମନ୍ତ୍ରୀ ଯାଉଥିବା ବେଳେ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ।

ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାର ସହଯୋଗୀ ଗିରଫ ହେବା ପରେ ବି ଆନ୍ଦୋଳନ ଥମିବାର ନାଁ ଥରୁନାହିଁ। ମମିତାଙ୍କୁ ନ୍ୟାୟ ଦେବା ପ୍ରତିବାଦରେ  ଗର୍ଜୁଛନ୍ତି ବିରୋଧୀ। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ମମିତା ଙ୍କୁ ନ୍ୟାୟ ଦାବିରେ  ବିରୋଧୀମାନେ ବିଭିନ୍ନ ସ୍ଥାନରେ ପ୍ରତିବାଦ  କରିବା ସହ ବିଜେଡି ସରକାରର ମନ୍ତ୍ରୀ ମାନଙ୍କ ଉପରେ  ଅଣ୍ଡାମାଡ଼ କରୁଛନ୍ତି।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos