ଇଦ୍‌ ପାଳୁଛନ୍ତି ମୁସଲମାନ ଭାଇ ଭଉଣୀ

କଟକ/ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଇଦ୍ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଏଥିପାଇଁ ଇସଲାମ ସମ୍ପ୍ରଦାୟର ଭାଇ ଭଉଣୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନୂଆ ବସ୍ତ୍ର ସହ ନୂଆ ଉତ୍ସାହ ଓ ଉଦ୍ଦିପନା ନେଇ ପରସ୍ପରକୁ ଇଦ୍ ମୁବାରକ୍ ଜଣାଉଛନ୍ତି। ଇଦ୍‌ରେ ସମୂହ ନମାଜ ପାଠ ଲାଗି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥିବା ଇଦଗା ପଡ଼ିଆ ଓ ମସଜିଦ୍‌ ଗୁଡ଼ିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖାଦେଇଛି।

ଗତକାଲି ଧର୍ମମାସ ରମଜାନ୍ ସରିଛି। ଦୀର୍ଘ ମାସେ ବ୍ୟାପୀ ଉପବାସ କରିବା ପରେ ଚାନ୍ଦ ଦର୍ଶନ ପରେ ରୋଜା ଭାଙ୍ଗିଥିଲେ ମୁସଲମାନ ଧର୍ମାବଲମ୍ବୀ। କଟକରେ ଚାନ୍ଦ କମିଟିର ବୈଠକ ପରେ ଏ ନେଇ ଅଞ୍ଜୁମାନ ଇସଲାମିୟା ଚାନ୍ଦ୍ କମିଟି ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଥିଲା।