ଏଥର ସାକ୍ଷୀ OK କହିଲେ ବଣ୍ଟାଯିବ ପ୍ରଶ୍ନପତ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଝିରେ ଆଉ ଦିନେ । ମାତୃଭାଷା ପେପର୍ ସହ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପ୍ରଶ୍ନପତ୍ର ଭାଇରାଲ ଭଳି ଗଡ଼ବଡ଼ ରୋକିବାକୁ ଏଥର କୋଶ୍ଚିନ୍ ପେପର୍ ଖୋଲାଯିବା ବେଳେ ସାକ୍ଷୀ ରହିବେ ଦୁଇଜଣ ପରୀକ୍ଷାର୍ଥୀ । ତା’ସହ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ଏକ ହଜାର ସେଣ୍ଟରରେ ଲଗାଯାଇଛି ସିସିଟିଭି।। ଏ ବର୍ଷ ନୂଆ ପାର୍ଟନ ପ୍ରଶ୍ନ ପତ୍ରକୁ ନେଇ ମନରେ ଟିକିଏ ଶଙ୍କା ଥିବା ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ବୋର୍ଡ […]

matric-exam-123

matric-exam-123

Tapas Behera
  • Published: Monday, 17 February 2020
  • Updated: 17 February 2020, 09:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ମଝିରେ ଆଉ ଦିନେ । ମାତୃଭାଷା ପେପର୍ ସହ ଆସନ୍ତା ବୁଧବାରଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପ୍ରଶ୍ନପତ୍ର ଭାଇରାଲ ଭଳି ଗଡ଼ବଡ଼ ରୋକିବାକୁ ଏଥର କୋଶ୍ଚିନ୍ ପେପର୍ ଖୋଲାଯିବା ବେଳେ ସାକ୍ଷୀ ରହିବେ ଦୁଇଜଣ ପରୀକ୍ଷାର୍ଥୀ । ତା’ସହ ପରୀକ୍ଷାରେ ସ୍ୱଚ୍ଛତା ଆଣିବା ଲାଗି ଏକ ହଜାର ସେଣ୍ଟରରେ ଲଗାଯାଇଛି ସିସିଟିଭି।।

ଏ ବର୍ଷ ନୂଆ ପାର୍ଟନ ପ୍ରଶ୍ନ ପତ୍ରକୁ ନେଇ ମନରେ ଟିକିଏ ଶଙ୍କା ଥିବା ଛାତ୍ରଛାତ୍ରୀ କହିଛନ୍ତି । ସେପଟେ ବୋର୍ଡ ପାଇଁ ବଡ଼ ଚ୍ୟାଲେଞ୍ଜ୍ ହେଉଛି ପ୍ରଶ୍ନପତ୍ର ଭାଇରାଲ୍ ରୋକିବା। ଗତବର୍ଷ ସମସ୍ତ ଉଦ୍ୟମ ପରେ ବି ଅଧିକାଂଶ ପ୍ରଶ୍ନପତ୍ର ପରୀକ୍ଷା ସରିବା ପୂର୍ବରୁ ମୋବାଇଲରୁ ମୋବାଇଲ୍ ଘୁରି ବୁଲିଥିଲା ।

ଏଥର ଯେପରି ସେମିତି ନହୁଏ ସେଥିପାଇଁ ଅଣ୍ଟା ଭିଡ଼ିଛି ବୋର୍ଡ । ଏଥର ପରୀକ୍ଷା ହଲରେ ହିଁ  ପ୍ରଶ୍ନ ପ୍ୟାକେଟ୍ ଖୋଲାଯିବ। ପ୍ରଶ୍ନପତ୍ର ଖୋଲିବା ବେଳେ ଦୁଇ ପରୀକ୍ଷାର୍ଥୀ ସାକ୍ଷୀ ରହିବେ । ସେମାନଙ୍କ OK ରିପୋର୍ଟ ପରେ ବଣ୍ଟାଯିବ ପ୍ରଶ୍ନପତ୍ର । ଏହାବ୍ୟତୀତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ନେବା ଉପରେ ଲଗାଯାଇଛି କଟକଣା । ମୋଟ୍  ୨ହଜାର ୮୮୮ କେନ୍ଦ୍ର ମଧ୍ୟରୁ ଏକ ହଜାର ସମ୍ବେଦନଶୀଳ କେନ୍ଦ୍ରରେ ଲାଗିଛି ସିସିଟିଭି । କପି ରୋକିବା ପାଇଁ ଫ୍ଲାଇଂ ସ୍କ୍ୱାର୍ଡ଼ରେ ପ୍ରଥମ ଥର ପାଇଁ କଲେଜ ଅଧ୍ୟାପକମାନଙ୍କୁ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos