ସମ୍ପତ୍ତି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରକ୍ତ ସଂର୍ପକରେ ଲାଗିଲା ରକ୍ତର ଛିଟା। ଭାଇର ରକ୍ତରେ ହୋଲି ଖେଳିଲା ବଡଭାଇ। ସମ୍ପତ୍ତି ପାଇଁ ସାନ ଭାଇକୁ ଘର ଡାକି ନେଇ ଟାଙ୍ଗିଆରେ ହାଣି ହତ୍ୟା କଲେ ତିନି ଭାଇ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କଦଳୀଗଡ଼ ପଞ୍ଚାୟତ ସାନରେଙ୍ଗାଳି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ମୁଣ୍ଡା।  ପୁଲିସ  ବଡ଼ ଭାଇ ସିୟୁ ମୁଣ୍ଡା ଓ ଆନନ୍ଦ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଘଟଣାପରେ ବଡ଼ ଭଇ […]

DeadBody

DeadBody

Tapaswini Nayak
  • Published: Saturday, 30 April 2022
  • Updated: 30 April 2022, 12:59 PM IST

Sports

Latest News

ରେଢ଼ାଖୋଲ(ଓଡ଼ିଶା ରିପୋର୍ଟର): ରକ୍ତ ସଂର୍ପକରେ ଲାଗିଲା ରକ୍ତର ଛିଟା। ଭାଇର ରକ୍ତରେ ହୋଲି ଖେଳିଲା ବଡଭାଇ। ସମ୍ପତ୍ତି ପାଇଁ ସାନ ଭାଇକୁ ଘର ଡାକି ନେଇ ଟାଙ୍ଗିଆରେ ହାଣି ହତ୍ୟା କଲେ ତିନି ଭାଇ। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କଦଳୀଗଡ଼ ପଞ୍ଚାୟତ ସାନରେଙ୍ଗାଳି ଗାଁରେ।
ମୃତ ବ୍ୟକ୍ତି ଜଣଙ୍କ ହେଲେ ସଞ୍ଜୟ ମୁଣ୍ଡା।  ପୁଲିସ  ବଡ଼ ଭାଇ ସିୟୁ ମୁଣ୍ଡା ଓ ଆନନ୍ଦ ମୁଣ୍ଡାଙ୍କୁ ଅଟକ ରଖି ପଚରାଉଚରା କରୁଛି।  ଘଟଣାପରେ ବଡ଼ ଭଇ ବିଜୟମୁଣ୍ଡା ଫେରାର ହୋଇଯାଇଛି।

ଜମିବାଡ଼ିକୁ କେନ୍ଦ୍ର କରି ୩ଭାଇଙ୍କ ସହ ସଞ୍ଜୟଙ୍କର ସବୁବେଳେ ପାଟିତୁଣ୍ଡ ଲାଗି ରହୁଥିଲା।  ଗତକାଲି ରାତିରେ ତିନି ଭାଇ ସଞ୍ଜୟଙ୍କୁ ଘରକୁ ଡାକି ଆଣିଥିଲେ। ପରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ତା’ପରେ ସେମାନେ ସଞ୍ଜୟଙ୍କୁ  ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହାପରେ ଅଭିଯୁକ୍ତମାନେ ସଞ୍ଜୟଙ୍କ ସ୍ତ୍ରୀ ଓ ତାଙ୍କ ପୁଅକୁ ହତ୍ୟା  କରିବାକୁ ଯୋଜନା କରିଥିଲେ। ସେମାନେ ଭୟରେ ପାଖ ଜଙ୍ଗଲେରେ ଲୁଚି ରହିଥିଲେ। ଆଜି ସକାଳେ ଗାଁରେ ପୁଲିସ ପହଞ୍ଚି ମା’ପୁଅକୁ ଉଦ୍ଧାର କରିଥିଲା। ପୁଲିସ ମୃତଦେହକୁ ଉଦ୍ଧାର ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

ଆନନ୍ଦ, ସିୟୁ ଓ ସଞ୍ଜୟ ଗାଁରେ ରହି ଚାଷ କରୁଥିଲେ। ବଡ଼ ଭାଇ ବିଜୟ ସୁନ୍ଦରଗଡ଼ରେ ରହୁଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos